ଓଡିଶା

odisha

By ETV Bharat Odisha Team

Published : Nov 23, 2023, 6:52 PM IST

ETV Bharat / state

ଜଙ୍ଗଲରୁ ମହିଳାଙ୍କ ଉଲଗ୍ନ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲା ପରିବାର

ମୟୂରଭଞ୍ଜ ଜଟାପାଣି ନିକଟ ଜଙ୍ଗଲରୁ ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲା ପରିବାର । ଅଧିକ ପଢନ୍ତୁ

dead body of Woman near Jatapani forest
dead body of Woman near Jatapani forest

ମହିଳାଙ୍କ ଉଲଗ୍ନ ଗଳିତ ମୃତଦେହ ଉଦ୍ଧାର

ରାଇରଙ୍ଗପୁର:ଜଙ୍ଗଲରୁ ଜନୈକ ମହିଳାଙ୍କ ଉଲଗ୍ନ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମହିଳାଙ୍କୁ କେହି ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଏପରି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ଅନ୍ତର୍ଗତ ଜଟାପାଣି ଗ୍ରାମ ନିକଟସ୍ଥ ଜଙ୍ଗଲରେ । ଯାମଦା ପୋଲିସ ମୃତଦେହକୁ ଜବତ କରିଥିବା ବେଳେ ୨ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

ସୂଚନା ଅନୁଯାୟୀ, ଯାମଦା ଥାନା ଅନ୍ତର୍ଗତ ଜଟାପାଣି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗୋଟିଏ ଗଳିତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ଗାଁ ଲୋକେ । ତେବେ ଜଙ୍ଗଲ ନିକଟରେ ଛେଳି, ଗାଈଗୋରୁ ଚରାଇବା ପାଇଁ ସ୍ଥାନୀୟ ଲୋକେ ଯାଇଥିବା ବେଳେ ଜଙ୍ଗଲରୁ ଦୁର୍ଗନ୍ଧ ଆସୁଥିଲା । ଏହାପରେ ଗ୍ରାମବାସୀ ସନ୍ଦେହରେ ଜଙ୍ଗଲ ଭିତରକୁ ଯିବା ପରେ ଅବାକ ହୋଇପଡ଼ିଥିଲେ । ସେଠାରେ ଜଣେ ମହିଳାଙ୍କ ଗଳିତ ମୃତଦେହ ଦେଖିବାକୁ ପାଇଥିଲେ ଗ୍ରାମବାସୀ । ତେବେ ଗ୍ରାମବାସୀଙ୍କ କହିବାନୁସାରେ ମହିଳାଙ୍କ ମୃତଦେହ ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ରହିଥିଲା ।

ଏହା ବି ପଢନ୍ତୁ- ଯୁବକଙ୍କ ଗଳା କାଟି ନିର୍ମମ ହତ୍ୟା, ଜାତୀୟ ରାଜପଥ କଡ଼ରୁ ମୃତଦେହ ଉଦ୍ଧାର

ଏହାପରେ ସ୍ଥାନୀୟ ଲୋକେ ଯାମଦା ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଯାମଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିବା ସହିତ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମକୁ ମଧ୍ୟ ଡକାଇଥିଲେ । ସେପଟେ ଖବର ପାଇ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ କରିଥିଲେ । ସନ୍ଧାନୀ କୁକୁର ସହାୟତା ନେଇ ତଦନ୍ତ କାର୍ଯ୍ୟକୁ ଆଗେଇ ନେଇଥିଲେ । ପରେ ମୃତଦେହର ଚିହ୍ନଟ କରାଯାଇଥିଲା । ମୃତ ମହିଳା ଜଣକ ଯାମଦା ଥାନା ରୁମାପାହାଡି ଗ୍ରାମର ସ୍ବର୍ଗତ ଗଣେଶ୍ବର ମହାନ୍ତଙ୍କ ପତ୍ନୀ ତୋପଇ ମହାନ୍ତ(୪୦) ବୋଲି ପରିଚୟ ମିଳିଛି ।

ତେବେ ମୃତକଙ୍କ ବଡ ପୁଅ ବାପୁନ ମହାନ୍ତ ଗତ ଶୁକ୍ରବାର ଦିନ ଠାରୁ ମହିଳା ନିଖୋଜ ହୋଇଯାଇଥିବା ନେଇ ଯାମଦା ଥାନାରେ ଅଭିଯୋଗ କରିଥିଲେ । ହେଲେ ଚାରିପଟେ ଖୋଜାଖୋଜି କରିବା ପରେ ମଧ୍ୟ ମହିଳାଙ୍କ କୌଣସି ପତ୍ତା ମିଳିନଥିଲା । ହେଲେ ଆଜି ତାଙ୍କ ଗଳିତ ମୃତଦେହ ଜଟାପାଣି ଗ୍ରାମ ନିକଟସ୍ଥ ଜଙ୍ଗଲରେ ମିଳିଛି। ଏ ନେଇ ଯାମଦା ଥାନାରେ କୁଦାହାନସା ଗ୍ରାମର ୨ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ । ତେବେ କ'ଣ ରହିଥିଲା ଏହି ହତ୍ୟା ପଛର କାରଣ ସେସବୁର ତଥ୍ୟ ପାଇଁ ଯାମଦା ଥାନା ପୋଲିସ ସମସ୍ତ ଦିଗରୁ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details