ଓଡିଶା

odisha

ETV Bharat / state

କୋରୋନା ମହାମାରୀରୁ ରକ୍ଷା ପାଇଁ ସାନ୍ତାଳ ସମାଜର ଜାହେର ଗାଳ୍ ପୂଜା - Corona virus

ପୁଣିଥରେ କୋରୋନା ସଂକ୍ରମଣ ବ୍ୟାପୁଥିବାର ଖବର ପ୍ରଚାରିତ ହେଉଥିଲାବେଳେ କଲରଦା ଗ୍ରାମବାସୀ ନିଜ ଇଷ୍ଟ ଦେବଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଅଧିକ ପଢନ୍ତୁ...

କରୋନା ମହାମାରୀରୁ ରକ୍ଷା ପାଇଁ ସାନ୍ତାଳ ସମାଜ ପକ୍ଷରୁ ଜାହେର ଗାଳ୍ ପୂଜା
କରୋନା ମହାମାରୀରୁ ରକ୍ଷା ପାଇଁ ସାନ୍ତାଳ ସମାଜ ପକ୍ଷରୁ ଜାହେର ଗାଳ୍ ପୂଜା

By

Published : Mar 6, 2021, 6:30 PM IST

Updated : Mar 6, 2021, 7:38 PM IST

ରାଇରଙ୍ଗପୁର: ଦୀର୍ଘ ଗୋଟିଏ ବର୍ଷ ଧରି କୋରୋନା ସଂକ୍ରମଣରୁ ଗ୍ରାମର ସମସ୍ତ ବାସିନ୍ଦା ବର୍ତ୍ତି ଯାଇଥିବାରୁ ଓ କୋରୋନା ମହାମାରୀରୁ ସୁରକ୍ଷିତ ରହିବାକୁ ଆଦିବାସୀଙ୍କ ଜାହିରା(ପୂଜା ସ୍ଥଳ)ରେ ପୂଜାର୍ଚ୍ଚନା। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ପୁରୁଣାପାଣି ଗ୍ରାମପଞ୍ଚାୟତ କଲରଦା ଗ୍ରାମରେ ଆଦିବାସୀ ସାନ୍ତାଳ ସମାଜ ପକ୍ଷରୁ କୋରନା ମହାମାରୀକୁ ନେଇ ଓ ଜାହେର ଗାଳ୍ (ପୂଜା ସ୍ଥଳ) ରେ ପୂଜାପାଠ କରାଯାଇଛି।

ମହାମାରୀ କରୋନା ପ୍ରକୋପରେ ଯେତେବେଳେ ମାନବ ସଭ୍ୟତା ଉପରେ ବିପଦ ଦେଖାଦେଲା ଆଦିବାସୀ ସାନ୍ତାଳ ସମାଜ ପକ୍ଷରୁ ଆଦିବାସୀଙ୍କ ପୂଜାସ୍ଥଳ ଜାହେର ଗାଳ୍ ରେ ଆଦିବାସୀଙ୍କ ପାରାମ୍ପାରିକ ରୀତିନୀତି ଅନୁସାରେ ଗ୍ରାମ ନାଏକେ ପୂଜକଙ୍କୁ ନେଇ କଲରଦା ଗ୍ରାମବାସୀ ତଥା ଅଞ୍ଚଳବାସୀ'ଙ୍କୁ କରୋନା ପ୍ରକୋପରୁ ରକ୍ଷା କରିବାକୁ ଇଷ୍ଟ ଦେବଦେବୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

କୋରୋନା ମହାମାରୀରୁ ରକ୍ଷା ପାଇଁ ସାନ୍ତାଳ ସମାଜର ଜାହେର ଗାଳ୍ ପୂଜା

ଏହି ପୂଜା ଗତବର୍ଷ ଅପ୍ରେଲ ମାସରେ ଅନୁଷ୍ଠିତ ହୋଇଥିଲା ଏବଂ ଗ୍ରାମବାସୀ'ଙ୍କ ଅନୁସାରେ ଗ୍ରାମ ଦେବୀଙ୍କ ଦୟାରୁ କରୋନା ମହାମାରୀରେ ଗ୍ରାମର କେହି ଆକ୍ରାନ୍ତ ନ ହୋଇ ସମସ୍ତେ ସୁରକ୍ଷିତ ରହିଥିଲେ। ଇଶ୍ଵରଙ୍କ ଉପରେ ଆସ୍ଥା ଓ ପ୍ରଗାଢ ବିଶ୍ବାସ ସ୍ବରୁପ ନିଜ ଇଷ୍ଟ ଦେବଦେବୀଙ୍କ ନିକଟରେ ଜାହେର ଥାନ୍ ପୂଜାସ୍ଥଳରେ ଗ୍ରାମ ନାଏକଙ୍କ ଦ୍ବାରା ଆଦିବାସୀ ପରମ୍ପରା ଓ ରୀତିନିତୀ ଅନୁସାରେ ପୂଜାଅର୍ଚ୍ଚନା କରାଯାଏ।

ଗୋଟିଏ ଲେଖାଏଁ ଧଳା' ଓ ନାଲି' ରଙ୍ଗର ବୋଦା ଛେଳି ଓ ଗୋଟିଏ ନାଲି ରଙ୍ଗର ପେଣ୍ଠି ବା ମାଇ ଛେଳି ସହିତ ଧଳା କୁକୁଡା ଗଞ୍ଜା ଗୋଟିଏ, ନାଲି କୁକୁଡା ଗଞ୍ଜା, ଗୋଟିଏ ଓ ଗୋଟିଏ ନାଲି ରଙ୍ଗର କୁକୁଡା କାଲୁଟି ବଳି ଦେଇଥିଲେ ଏବଂ ମନ୍ତ୍ରପାଠ କରି ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ। ଶେଷରେ ହାଣ୍ଡିଆ ପୂଜା ସହିତ ରନ୍ଧାଭୋଗ (ଗିଡିତରା) ଚଢାଇ ମାନସିକ ପୂରଣ କରିଥିଲେ।

ଏହା ସହିତ ବର୍ତ୍ତମାନ ପୁଣିଥରେ କରୋନା ମହାମାରୀ ସଂକ୍ରମଣ ବ୍ୟାପୁଥିବାର ଖବର ପ୍ରଚାରିତ ହେଉଥିଲାବେଳେ କଲରଦା ଗ୍ରାମବାସୀଙ୍କ ସହିତ ସାରା ବିଶ୍ବକୁ କରୋନା ମହାମାରୀ କବଳରୁ ରକ୍ଷା କରିବାକୁ ଜାହେର୍ ଗାଳ୍ ରେ ନିଜ ଇଷ୍ଟ ଦେବଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି କଲରଦା ଗ୍ରାମବାସୀ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Mar 6, 2021, 7:38 PM IST

ABOUT THE AUTHOR

...view details