ଓଡିଶା

odisha

ETV Bharat / state

ଯାଆଁଳା ପୁଅକୁ ମିଳିଲା ବିଦେଶୀ ଦମ୍ପତିଙ୍କ କୋଳ - Italian couple to adopt brothers

ବେସାହାରା ଯାଆଁଳା ଭାଇଙ୍କୁ ମିଳିଲା ମା’-ବାପାଙ୍କ କୋଳ । ଇଟାଲୀରେ ବଢିବେ, ପଢିବେ ମୟୂରଭଞ୍ଜର ଆୟୂଷ ଓ ପୀୟୁଷ ।

ଯାଆଁଳା ପୁଅକୁ ମିଳିଲା ବିଦେଶୀ ଦମ୍ପତିଙ୍କ କୋଳ
ଯାଆଁଳା ପୁଅକୁ ମିଳିଲା ବିଦେଶୀ ଦମ୍ପତିଙ୍କ କୋଳ

By

Published : Dec 19, 2020, 8:32 PM IST

Updated : Dec 19, 2020, 8:49 PM IST

ବାରିପଦା: ପିଲାଟି ଦିନରୁ ମା’ ବାପାଙ୍କୁ ଦେଖିନାହାଁନ୍ତି । ମା’-ବାପା ଛେଉଣ୍ଡ ୩ବର୍ଷର ଯମଜ ଆୟୂଷ ଏବଂ ପୀୟୁଷକୁ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର କରି ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯାଇଥିଲା । ଆଉ ଏହି 2 ପରିଚୟହରା ଛୁଆଙ୍କୁ ଆପଣେଇଛନ୍ତି ଇଟାଲୀୟ ଦମ୍ପତି ।

ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଇଟାଲୀୟ ଦମ୍ପତି ଦୁଇ ଯାଆଁଳା ଭାଇଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି । ଏଥିସହ ଆୟୂଷ ଏବଂ ପୀୟୁଷ ପାଇଛନ୍ତି ନୂଆ ଠିକଣା ।

ଯାଆଁଳା ପୁଅକୁ ମିଳିଲା ବିଦେଶୀ ଦମ୍ପତିଙ୍କ କୋଳ

ଏହି ଦୁଇଜଣ ଯାଆଁଳା ଶିଶୁପୁତ୍ରଙ୍କୁ ତିନି ବର୍ଷ ବୟସରେ ପରିତ୍ୟକ୍ତ ଭାବେ ଶିଶୁ ମଙ୍ଗଳ ସମିତି, ମୟୂରଭଞ୍ଜ ଉଦ୍ଧାର କରି ସାଇ କନ୍ୟାଶ୍ରମ ବାଲନିକେତନ, ରାସଗୋବିନ୍ଦପୁରରେ ରଖିଥିଲା । ଦୀର୍ଘ ୪ ବର୍ଷ ହେବ ସେମାନେ ଏଠାରେ ରହୁଥିବାବେଳେ ଏବେ ସେମାନେ ବଢ଼ିବେ ଓ ପଢ଼ିବେ ଇଟାଲୀରେ । ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିବା ଏହି ଇଟାଲୀୟ ଦମ୍ପତିଙ୍କ ମଧ୍ୟରୁ ପିତା ଶିକ୍ଷା ବିଭାଗର ନିୟନ୍ତ୍ରକ ଭାବେ କାର୍ଯ୍ୟ କରୁଥିବାବେଳେ ମା’ ଜଣେ ବ୍ୟାଙ୍କ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।

ଯାଆଁଳା ପୁଅକୁ ମିଳିଲା ବିଦେଶୀ ଦମ୍ପତିଙ୍କ କୋଳ

ଇଟାଲୀୟ ଦମ୍ପତି ନିଃସନ୍ତାନ ଥିବାରୁ ଛୁଆଟିଏ ପାଇଁ ଆବେଦନ କରିଥିଲେ । ଏହା ପରେ ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ପରେ ଏହି ଦମ୍ପତି ବାରିପଦାରରୁ 2 ଶିଶୁଙ୍କୁ ଗ୍ରହଣ କରିଛନ୍ତି । ଶିଶୁ ଦୁଇଜଣଙ୍କୁ ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ଵାଳ, ସୁରକ୍ଷା ଅଧିକାରୀ(ଅଣଅନୁଷ୍ଠାନିକ) ଅମର କୁମାର ଦେ, ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାର ପରିଚାଳିକା ପଲ୍ଲବୀ ବିଶ୍ଵାଳ, ସାଇ କନ୍ୟାଶ୍ରମ ସୁପରିଟେଣ୍ଡେଣ୍ଟ୍‌ ଗିରିଜା ଶଙ୍କର ରାଉତଙ୍କ ଉପସ୍ଥିତିରେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ଦମ୍ପତି । ଯାଆଁଳା ଭାଇ ଆୟୂଷ-ପୀୟୁଷଙ୍କ ମୟୂରଭଞ୍ଜରୁ ଇଟାଲୀ ଯାତ୍ରା ଅନେକ ଅନେକ ସଫଳତା ଆଣିଦେଉ, ଏପରି କାମନା ସମସ୍ତେ କରିଛନ୍ତି ।

ଯାଆଁଳା ପୁଅକୁ ମିଳିଲା ବିଦେଶୀ ଦମ୍ପତିଙ୍କ କୋଳ

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Dec 19, 2020, 8:49 PM IST

ABOUT THE AUTHOR

...view details