ଓଡିଶା

odisha

ETV Bharat / state

ବିଭିନ୍ନ ସମସ୍ୟାକୁ ନେଇ ଲୌହ ଖଣି ଶ୍ରମିକଙ୍କ ବିକ୍ଷୋଭ - ore workers protest in rairangpur

ବାଦାମପାହାଡ଼ ଓ ଗୋରୁମହିଷାଣୀ ଲୌହ ଖଣିରେ ଉପୁଜୁଥିବା ବିଭିନ୍ନ ସମସ୍ୟାକୁ ନେଇ ଲୌହ ଖଣି ଶ୍ରମିକଙ୍କ ବିକ୍ଷୋଭ ପ୍ରଦର୍ଶନ ସହିତ ବିଶାଳ ଶୋଭାଯାତ୍ରା ଏବଂ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ...

ବିଭିନ୍ନ ସମସ୍ୟାକୁ ନେଇ ଲୌହ ଖଣି ଶ୍ରମିକଙ୍କ ବିକ୍ଷୋଭ
ବିଭିନ୍ନ ସମସ୍ୟାକୁ ନେଇ ଲୌହ ଖଣି ଶ୍ରମିକଙ୍କ ବିକ୍ଷୋଭ

By

Published : Feb 17, 2021, 5:44 PM IST

Updated : Feb 17, 2021, 9:17 PM IST

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରରେ ଗୋରୁମହିଷାଣୀ ବିକାଶ ପରିଷଦ ଓ ବାଦାମ ପାହାଡ଼ ଲୌହ ଖଣି ସଂଗଠନ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ବିଭିନ୍ନ ଦାବିକୁ ନେଇ ହଜାର ହଜାର ସଂଖ୍ୟାରେ ଲୌହଖଣିର ମହିଳା ଓ ପୁରୁଷ ଶ୍ରମିକ ମାନେ ଯୋଗ ଦେଇ ଏକ ରାଲିରେ ରାଇରଙ୍ଗପୁର ସହର ପରିକ୍ରମା କରିଥିଲେ । ସହର ପରିକ୍ରମା ପରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ବିଭିନ୍ନ ସମସ୍ୟାକୁ ନେଇ ଲୌହ ଖଣି ଶ୍ରମିକଙ୍କ ବିକ୍ଷୋଭ

ସେଠାରେ ଲୌହ ଖଣି ମାଲିକ ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ । ବାଦାମପାହାଡ ଓ ଗୋରୁମହିଷାଣୀ ଲୌହଖଣିରେ ଶ୍ରମିକଙ୍କୁ ପୁନଃ ନିଯୁକ୍ତି, ଖଣି ଅଞ୍ଚଳ ଆଖପାଖ ଚାଷୀ ମାନଙ୍କୁ କ୍ଷୟକ୍ଷତି ପ୍ରଦାନ, ନିଯୁକ୍ତି କ୍ଷେତ୍ରରେ ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ୯୦ ଭାଗକୁ ସୁଯୋଗ, ମାଲ ପରିବହନ କ୍ଷେତ୍ରରେ ୮୦ ଭାଗ ସ୍ଥାନୀୟ ଗାଡ଼ି ମାଲିକଙ୍କୁ ସୁଯୋଗ ପ୍ରଦାନ, ଲୌହ ଖଣି ଆଖପାଖ ଅଞ୍ଚଳରେ ରାସ୍ତାଘାଟର ଉନ୍ନତିକରଣ, ସ୍ୱାସ୍ଥ୍ୟ ଓ ଶିକ୍ଷାର ଉନ୍ନତ ଭିତ୍ତିଭୂମି ସ୍ଥାପନା, ମାଗଣା ଶିକ୍ଷା ସହିତ ପାର୍କର ବ୍ୟବସ୍ଥା କରାଯିବାକୁ ଦାବି କରି ଲୌହଖଣି ଶ୍ରମିକ ସଂଗଠନ ପକ୍ଷରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Feb 17, 2021, 9:17 PM IST

ABOUT THE AUTHOR

...view details