ବାରିପଦା: ସାରା ବିଶ୍ଵରେ ଆତଙ୍କ ସୃଷ୍ଟି କରିଥିବା କୋରୋନା ଭାଇରସ ପାଇଁ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି(ସୋମବାର)ଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ କଟକଣା ଜାରି କରାଯାଇଛି । ଏନେଇ ମୟୁରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ୱାଜ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
କୋରୋନା ଭାଇରସ ପାଇଁ ଆଡଭାଇଜରି ଜାରି କରି ବାରିପଦା ସହର ସମେତ ଜିଲ୍ଲାର ରାଇରଙ୍ଗପୁର, ଉଦଳା, କରଞ୍ଜିଆରେ ଥିବା ସମସ୍ତ ମଲ ବନ୍ଦ ରଖିବା କିମ୍ବା ବିବାହ ତଥା ଅନ୍ୟ ଭୋଜିମାନଙ୍କୁ ନେଇ କଟକଣା ଜାରି କରିଛନ୍ତି । କୋରୋନା ଭୂତାଣୁ ସଂକ୍ରମଣକୁ ନଜରରେ ରଖି ଜିଲ୍ଲାବାସୀଙ୍କୁ ଏଥିଲାଗି ଅଯଥା ବ୍ୟସ୍ତ ନହେବାକୁ କହିଥିବା ବେଳେ ଏନେଇ ସମସ୍ତ ଜନସାଧାରଣଙ୍କୁ କୋରୋନା ମୁକାବିଲା ପାଇଁ ସହଯୋଗ କରିବା ପାଇଁ କହିଛନ୍ତି ।