ଓଡିଶା

odisha

ETV Bharat / state

ଆହତ ହୋଇ ପଡ଼ି ରହିଥିଲା ହରିଣ, ବନବିଭାଗକୁ ହସ୍ତାନ୍ତର କଲେ ଖଡ଼ିଆଷୋଳ ଗ୍ରାମବାସୀ - ମୟୂରଭଞ୍ଜରେ ହରିଣ ଆହତ

ମୟୂରଭଞ୍ଜ ଜିଲ୍ଲା ଦେଉଳି ରେଞ୍ଜ ଖଡ଼ିଆଷୋଳ ଗ୍ରାମବାସୀ ବଦାନ୍ୟତା ଦେଖାଇଛନ୍ତି । ଗ୍ରାମ ନିକଟରୁ ଏକ ଆହତ ହରିଣକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ଆହତ ହୋଇ ପଡ଼ି ରହିଥିଲା ହରିଣ, ବନବିଭାଗକୁ ହସ୍ତାନ୍ତର କଲେ ଖଡ଼ିଆଷୋଳ ଗ୍ରାମବାସୀ
ଆହତ ହୋଇ ପଡ଼ି ରହିଥିଲା ହରିଣ, ବନବିଭାଗକୁ ହସ୍ତାନ୍ତର କଲେ ଖଡ଼ିଆଷୋଳ ଗ୍ରାମବାସୀ

By

Published : Mar 5, 2022, 5:54 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଦେଉଳି ରେଞ୍ଜ ଖଡ଼ିଆଷୋଳ ଗ୍ରାମବାସୀ ବଦାନ୍ୟତା ଦେଖାଇଛନ୍ତି । ଗ୍ରାମ ନିକଟରୁ ଏକ ଆହତ ହରିଣକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ ଗ୍ରାମବାସୀ । ବନବିଭାଗ ଆହତ ହରିଣକୁ ଚିକିତ୍ସା ପାଇଁ ନେଉଥିବା ବେଳେ ମୃତ୍ୟୁବରଣ କରିଛି ।

ହରିଣଟି ଖାଦ୍ୟ ଅନ୍ବେଷଣରେ ଶିମିଳିପାଳ ଅଭୟାରଣ୍ୟରୁ ଖସି ଆସିଥିବା ଅନୁମାନ କରାଯାଉଛି । ଖଡ଼ିଆଷୋଳ ଗ୍ରାମବାସୀ ଗାଁ ନିକଟରେ ଏକ ହରିଣ ଆହତ ଅବସ୍ଥାରେ ପଡ଼ି ରହିଥିବାକୁ ପାଇଥିଲେ । ହରିଣକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ଆହତ ହରିଣକୁ ବନ ବିଭାଗ ଚିକିତ୍ସା ପାଇଁ ବାରିପଦା ଆଣିବା ବାଟରେ ମୃତ୍ୟୁ ହୋଇଥିବା ବନ ବିଭାଗ ସୂଚନା ଦେଇଛି ।

ଅନ୍ୟପକ୍ଷରେ ହରିଣଟି କିଭଳି ଆହତ ହେଲା ତାହା ଜଣାପଡ଼ିନାହିଁ । ବନ ବିଭାଗର ତଦନ୍ତ ପରେ ସଠିକ ତଥ୍ୟ ପଦାକୁ ଆସିବ । ହରିଣଟିର ମୃତଦେହ ବ୍ୟବଚ୍ଛେଦ ପାଇଁ ବାରିପଦା ପଶୁ ଚିକିତ୍ସାଳୟକୁ ଅଣାଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details