ଓଡିଶା

odisha

ETV Bharat / state

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଗିରଫ

ମୟୂରଭଞ୍ଜ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସରଗଡାଠାରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା । ଦୁଷ୍କର୍ମକାରୀ ଗିରଫ । ଅଧିକ ପଢନ୍ତୁ...

By

Published : Mar 4, 2021, 4:43 PM IST

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଗିରଫ
ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଗିରଫ

ରାଇରଙ୍ଗପୁର:ମୟୂରଭଞ୍ଜ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସରଗଡାଠାରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା । ଅଭିଯୁକ୍ତ ଯୁବ ସୁପରଭାଇଜରକୁ ଗିରଫ କଲା ପୋଲିସ । ଅଭିଯୁକ୍ତଟି ଜଶିପୁରସ୍ଥିତ ସମ୍ପର୍କୀୟଙ୍କ ଘରେ ରହୁଥିବା ଖବର ପାଇ ଗୋରୁମହିଷାଣି ପୋଲିସ ଜଶିପୁର ବଜାରରୁ ତାକୁ ଗିରଫ କରିଛି । ଯୁବକଟିର ନାଁ ସବନମ ସାହୁ ବୋଲି ଜଣାପଡିଛି ।

ଗତ 10 ତାରିଖ ଦିନ ଏହି କାଣ୍ଡ ଘଟିଥିଲା । ସରଗଡାଠାରେ ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ଜଣେ ଯୁବ ସୁପରଭାଇଜର ଝୁମକାପାହାଡିକୁ ଖେଳ ଦେଖିବାକୁ ଯାଇ ଜଣେ ଆଦିବାସୀ ନାବାଳିକାକୁ ଏକ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିଥିଲା ଏବଂ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details