ଓଡିଶା

odisha

ETV Bharat / state

୧୯୭୧ ଗଙ୍ଗାସାଗର ଯୁଦ୍ଧର ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ - ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧ

ମୟୂରଭଞ୍ଜ ଜିଲ୍ଲା ଯଶିପୁର ଠାରେ ଭାରତ ପାକିସ୍ତାନ ଯୁଦ୍ଧର ଅପରେଶନ ଗଙ୍ଗାସାଗରର ସ୍ବର୍ଣ୍ଣ ଜୟନ୍ତୀ ପାଳନ ହୋଇଛି । ଅଧିକ ପଢନ୍ତୁ

Ind pak 1971 War
ଯୁଦ୍ଧର ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ

By

Published : Dec 4, 2021, 11:02 PM IST

ରାଇରଙ୍ଗପୁର:୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ଅପରେସନ ଗଙ୍ଗାସାଗରର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ମୟୂରଭଞ୍ଜ ଜିଲ୍ଲା ଯଶିପୁର ଠାରେ ଭାରତ-ପାକିସ୍ତାନ ଯୁଦ୍ଧର ସ୍ବର୍ଣ୍ଣ ଜୟନ୍ତୀ ବା ୫୦ ବର୍ଷ ପୂର୍ତ୍ତି ଅବସରରେ ବିଜୟ ଉତ୍ସବ ପାଳନ ହୋଇଛି ।

ବିଜୟ ଉତ୍ସବ ପାଳନ ସହିତ ସେଠାରେ ଦେଶ ମାତୃକା ପାଇଁ ନିଜର ବଳିଦାନ ଦେଇଥିବା ଓଡିଆ ଯବାନଙ୍କ ସ୍ମୃତି ଚାରଣ କରିବା ସହିତ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଏହି ଯୁଦ୍ଧ ସମୟରେ ଓଡ଼ିଶାର ୧୪ ଗାର୍ଡ ରେଜିମେଣ୍ଟର ୪୦ ଜଣ ଯବାନ ପୂର୍ବ ପାକିସ୍ତାନର ଗଙ୍ଗାସାଗର ଘାଟିରେ ମୁକ୍ତିସେନାଙ୍କ ସହିତ ମୁତୟନ ହୋଇ ପାକିସ୍ତାନକୁ ମାତ୍ ଦେଇଥିଲେ । ସେନାରେ ଓଡ଼ିଶାର ୪୦ ଜଣ ସେନା ଥିବା ବେଳେ ମୟୂରଭଞ୍ଜର ୧୧ ଜଣ ସାମିଲ ଥିଲେ । ତେବେ ଯୁଦ୍ଧରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିଲେ ।

ଯୁଦ୍ଧର ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ

ଏହାର ୫୦ ବର୍ଷ ପୂର୍ତ୍ତି ଅବସରରେ ସମସ୍ତ ୧୪ ଗାର୍ଡ ରେଜିମେଣ୍ଟର ସଦସ୍ୟଙ୍କୁ ଏକଜୁଟ କରି ଏଠାରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରିଛନ୍ତି ମେଜର ଦେବେନ୍ଦ୍ର ନାଥ ଦାସ। ତାଙ୍କ ଉଦ୍ୟମରେ ଏହି ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ ବିଭିନ୍ନ ଜିଲ୍ଲାରୁ ଅବସରପ୍ରାପ୍ତ ସେନା କର୍ମଚାରୀ ଓ ବୁଦ୍ଧିଜୀବୀ ,ସମାଜସେବୀ ଓ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା,ଇଟିଭି ଭାରତ

ABOUT THE AUTHOR

...view details