ଓଡିଶା

odisha

By

Published : May 28, 2020, 8:17 PM IST

ETV Bharat / state

ବର୍ଦ୍ଧିତ ବିଲ ଚଡକ, ଦୁଇମାସର ବକେୟା ଗଣିବେ ବିଦ୍ୟୁତ ଉପଭୋକ୍ତା

କୋରୋନା ସଂକ୍ରମଣ ରୋକିବାକୁ ଦୀର୍ଘ ଦୁଇ ମାସରୁ ଉର୍ଦ୍ଧ୍ବ ହେବ ଲକ ଡାଉନରେ ଦେଶ। ଦେଶ ଲକ ଡାଉନ ଘୋଷଣା ପରେ ଦୁଇ ମାସ ହେବ ବିଦ୍ୟୁତ ବିଭାଗ ବିଲ ଦେଇ ନ ଥିଲା କିନ୍ତୁ ଏବେ ଆସୁଥିବା ବିଦ୍ୟୁତ ବିଲ ଜନସାଧାରଣ ଙ୍କୁ ବେଡି ଉପରେ କୋରୋଡା ସଦୃଶ। ବିଦ୍ୟୁତ ବିଲ କୁ ନେଇ କଣ ରହିଛି ସମସ୍ୟା । ଅଧିକ ପଞନ୍ତୁ..

increased-bills-for-electricity-consumers-after-the-lock-down
increased-bills-for-electricity-consumers-after-the-lock-down

ବାରିପଦା: କୋରୋନାକୁ ମାତ୍ ଦେବାପାଇଁ ଦୀର୍ଘ ଦୁଇ ମାସରୁ ଉର୍ଦ୍ଧ୍ବ ହେଲାଣି ଲକଡାଉନରେ ଦେଶ। ଲକ ଡାଉନ ସମୟରେ ଅନେକ ଲୋକ ନିଜ ନିଜ ଜୀବିକା ହରାଇବା ସହ ଦୁଇ ଓଳି ଖାଇବା ପାଇଁ ସଂଘର୍ଷ କରୁଛନ୍ତି। ତେବେ ଏ ଭଳି ସ୍ଥିତିରେ ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଳାରେ ଖଟିଖିଆ ଆଦିବାସୀ ମାନେ ମଧ୍ୟ ଲକ ଡାଉନ ସମୟରେ ହାତ ବାନ୍ଧି ବସିଛନ୍ତି। ନିଜେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଏଠାକାର ଆଦିବାସୀ ମାନେ କେମିତି ଦେବେ ବିଜୁଳି ବିଲ। ସରକାର ଙ୍କ ଘୋଷଣା ଅନୁଯାୟୀ ଲକ ଡାଉନ ପରେ ବିଦ୍ୟୁତ ବିଭାଗ ନେସ୍କୋ ଦୁଇ ମାସ ବିଦ୍ୟୁତ ଉପଭୋକ୍ତାଙ୍କୁ ବିଲ ପ୍ରଦାନ କରି ନ ଥିଲା ଦୀର୍ଘ ଦୁଇ ମାସ ପରେ ଏବେ କିନ୍ତୁ ଆସିଛି ବିଦ୍ୟୁତ ବିଲ। ଦୁଇ ମାସ ପରେ ହଠାତ ବିଦ୍ୟୁତ ବିଭାଗ ର ବିଲ ବଢିଥିବା କହିଛନ୍ତି ଉପଭୋକ୍ତା। ଅନ୍ୟପକ୍ଷରେ ଅନେକ ଲୋକଙ୍କ ବିଦ୍ୟୁତ ବିଲ ଲକ ଡାଉନ ପୂର୍ବରୁ ମଧ୍ୟ ବର୍ଦ୍ଧିତ ବିଲ ଆସୁଥିବା ଅଭିଯୋଗ କରିଛନ୍ତି ବିଦ୍ୟୁତ ଉପଭୋକ୍ତା ଯାହା ଦେବାକୁ ସକ୍ଷମ ନୁହନ୍ତି ଵୋଲି କହିଛନ୍ତି।

ଲକ ଡାଉନ ପରେ ବିଦ୍ୟୁତ ଉପଭୋକ୍ତାଙ୍କୁ ବର୍ଦ୍ଧିତ ବିଲ
ମୟୁରଭଞ୍ଜ ଜିଲ୍ଲାରେ ମୋଟ ଦୁଇ ଲକ୍ଷ କୋଡିଏ ହଜାର ରୁ ଉର୍ଦ୍ଧ୍ବ ବିଦ୍ୟୁତ ଉପଭୋଗ ଅଛନ୍ତି। ଲକ ଡାଉନ ସମୟରେ ବିଦ୍ୟୁତ ବିଭାଗର ବିଦ୍ୟୁତ ବିଲ କୁ ନେଇ ଚିନ୍ତାରେ ଉପଭୋକ୍ତା। ଲକ ଡାଉନ ସମୟରେ କେମିତି ଦେବେ ବିଲ। ତେବେ ବିଦ୍ୟୁତ ଉପଭୋକ୍ତାଙ୍କ ଏ ସବୁ ସମସ୍ୟାର ସମାଧାନ ପାଇଁ ଆମେ ଭେଟିଥିଲୁ ବାରିପଦା ନେସ୍କୋ ଅଫିସର ଅଧିକ୍ଷଣ ଯନ୍ତ୍ରୀଙ୍କୁ ତେବେ ବିଦ୍ୟୁତ ଉପଭୋକ୍ତାଙ୍କ ବର୍ଦ୍ଧିତ ବିଲ ଅଭିଯୋଗ ଏ ଯାଏଁ କୌଣସି ଉପଭୋକ୍ତା କରି ନ ଥିବା କହିଥିବା ବେଳେ କିସ୍ତିରେ ବିଲ ପଇଠ କରିବା ପାଇଁ କହିଛନ୍ତି ଅଧିକ୍ଷଣ ଯନ୍ତ୍ରୀ। ଅନ୍ୟପଟେ ଏବେ ବିଦ୍ୟୁତ ବିଭାଗ ଉପଭୋକ୍ତା ଙ୍କ ଆର୍ଥିକ ସ୍ଥିତି କୁ ଆଖି ଆଗରେ ରଖି ବିଦ୍ୟୁତ ସଂଯୋଗୀକରଣ ବିଛିନ୍ନ କରାଯିବ ନାହିଁ ବୋଲି କହିଛନ୍ତି ତେବେ ଉପଭୋକ୍ତା ମାନେ ଅନ ଲାଇନରେ ବିଲ ପଇଠ କଲେ ୪% ରିହାତି ସୁଯୋଗ ରହିଛି ବୋଲି କହିଛନ୍ତି।ବିଦ୍ୟୁତ ବିଭାଗର ଅବହେଳା ପାଇଁ ହଇରାଣ ହେଉଛନ୍ତି ବିଦ୍ୟୁତ ଉପଭୋକ୍ତା। ତେବେ ଲକ ଡାଉନ ପୂର୍ବରୁ ହେଉ ଅବା ଲକ ଡାଉନ ପରେ ବିଭିନ୍ନ ସମୟରେ ବିଦ୍ୟୁତ ବିଭାଗର ବର୍ଦ୍ଧିତ ବିଲକୁ ନେଇ ଚିନ୍ତାରେ ବିଦ୍ୟୁତ ଉପଭୋକ୍ତା। ତେବେ ଲକ ସମୟରେ ବର୍ଦ୍ଧିତ ବିଦ୍ୟୁତ ବିଲ ବିଦ୍ୟୁତ ଉପଭୋକ୍ତା ଙ୍କ ବେଡି ଉପରେ କୋରୋଡା ସଦୃଶ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଏଥିପ୍ରତି ଦୃଷ୍ଟି ଜରୁରୀ ବୋଲି କହିଛନ୍ତି ବିଦ୍ୟୁତ ଉପଭୋକ୍ତା। ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details