ଓଡିଶା

odisha

ETV Bharat / state

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଭୋଗ ନିମ୍ନମାନର ଅଭିଯୋଗ ଆଣିଲେ ସେବାୟତ - ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦା ଶ୍ରୀ ହରିବଳଦେବ ଜୀଉ

ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦା ଶ୍ରୀ ହରିବଳଦେବ ଜୀଉ ମନ୍ଦିରରେ ଶୁକ୍ରବାର ଅନୁଷ୍ଠିତ ହୋଇଛି ଦେବସ୍ନାନ ପୂର୍ଣ୍ଣିମା । ହେଲେଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଠାରେ ଲାଗି ହେଉଥିବା ପ୍ରସାଦ ନିମ୍ନମାନର ବୋଲି ଅଭିଯୋଗ ଆଣିଛନ୍ତି ସେବାୟତ । ଅଧିକ ପଢନ୍ତୁ...

Sevayata brought substandard allegations of Mahaprabhu's prasad
ଦ୍ବିତୀୟ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଭୋଗ ନିମ୍ନମାନର ଅଭିଯୋଗ ଆଣିଲେ ସେବାୟତ

By

Published : Jun 5, 2020, 7:46 PM IST

ବାରିପଦା: କୋରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଛି ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦା ଶ୍ରୀ ହରିବଳଦେବ ଜୀଉଙ୍କ ଦେବସ୍ନାନ ନୀତି । ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସ୍ନାନଯାତ୍ରା ପରେ ଶ୍ରୀଜୀଉଙ୍କ ଠାରେ ଦିନ ତମାମ ବିଭିନ୍ନ ପ୍ରକାର ଭୋଗ ଲାଗି ହୁଏ । ହେଲେ ଶୁକ୍ରବାର ଶ୍ରୀ ହରିବଳଦେଵ ଜୀଉଙ୍କ ଠାରେ ଲାଗି ହେଉଥିବା ଭୋଗ ନିମ୍ନମାନର ବୋଲି ଅଭିଯୋଗ ହୋଇଛି । ଯାହାକୁ ନେଇ ପ୍ରାୟ 2 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଥିଲା ।

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଭୋଗ ନିମ୍ନମାନର ଅଭିଯୋଗ ଆଣିଲେ ସେବାୟତ

ତେବେ ମହାପ୍ରଭୁଙ୍କ ଠାରେ ଲାଗି ହେଉଥିବା ମିଷ୍ଟାନ୍ନ ଶୁଦ୍ଧ ଘିଅରେ ତିଆରି ହୋଇ ନଥିବା ଅଭିଯୋଗ ଆଣିଥିଲେ ସେବାୟତ । ଏଭଳି ଅଭିଯୋଗ ପରେ ଦେବତ୍ତୋର ବିଭାଗ ଦାୟିତ୍ୱରେ ଥିବା ଉପଜିଲ୍ଲାପାଳ ମନ୍ଦିରରେ ପହଞ୍ଚି ସେବାୟତ ମାନଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ପୁଣି ଥରେ ମହାପ୍ରଭୁଙ୍କ ମିଷ୍ଟାନ୍ନ ତିଆରି ହୋଇ ଭୋଗ ଲାଗିଥିଲା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details