ବାରିପଦା:ମୟୂରଭଞ୍ଜ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 530କୁ ଛୁଇଁଛି । ତେବେ ଜିଲ୍ଲାର ସମସ୍ତ ସରକାରୀ ଅଫିସକୁ ସର୍ବସାଧାରଣଙ୍କ ପାଇଁ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ପ୍ରତ୍ୟେକ ଦିନ କୋଭିଡ ଯୋଦ୍ଧା ପଜିଟିଭ ଚିହ୍ନଟ ହେଉଥିବା ଦେଖିବାକୁ ମିଳିଛି।
ସଂକ୍ରମଣ ଭୟରେ ମୟୂରଭଞ୍ଜରେ ଅଗଷ୍ଟ 31 ଯାଏଁ ସରକାରୀ ଅଫିସ ବନ୍ଦ - ସରକାରୀ ଅଫିସ ବନ୍ଦ
ମୟୂରଭଞ୍ଜ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 530କୁ ଛୁଇଁଛି । ତେବେ ଜିଲ୍ଲାର ସମସ୍ତ ସରକାରୀ ଅଫିସକୁ ସର୍ବସାଧାରଣଙ୍କ ପାଇଁ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଧିକ ଖବର ପଢନ୍ତୁ...
ସଂକ୍ରମଣ ଭୟରେ ମୟୂରଭଞ୍ଜରେ ଅଗଷ୍ଟ 31 ଯାଏଁ ସରକାରୀ ଅଫିସ ବନ୍ଦ
ତେବେ ଜିଲ୍ଲାର ବିଭିନ୍ନ ସରକାରୀ ଅଫିସ ଭିତରକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ ରୋକ ଲାଗିଛି। ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ବାଜ ଶୁକ୍ରବାର ଏହି ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଗଷ୍ଟ ମାସ 31 ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି କରାଯାଇଛି। କେବଳ ସରକାରୀ କର୍ମଚାରୀଙ୍କ ସମେତ ସମ୍ପୃକ୍ତ ଅଫିସର ଅଧିକାରୀଙ୍କ ଅନୁମୋଦିତ ବ୍ୟକ୍ତି ଅଫିସ ଭିତରକୁ ପ୍ରବେଶ କରି ପାରିବେ ବୋଲି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି। ସେପଟେ ପୋଲିସ ବିଭାଗକୁ ଏଥିରୁ ବାଦ ଦିଆଯାଇଛି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ