ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ୯୫ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି । ନେସ୍କୋ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରାଯାଇ ଜିଲ୍ଲାର ୯୫ ପ୍ରତିଶତ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ କରାଯାଇଛି ।
'ଅମ୍ଫାନ' କ୍ଷୟକ୍ଷତି: ମୟୂରଭଞ୍ଜରେ ବିଦ୍ୟୁତ ବିଭାଗ ପକ୍ଷରୁ ୯୫ ପ୍ରତିଶତ କାର୍ଯ୍ୟ ଶେଷ ବାତ୍ୟା 'ଅମ୍ଫାନ'ରେ ପ୍ରଭାବିତ ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି ସେବା ଯୋଗାଇ ଦେବା ପାଇଁ ଯୁଦ୍ଧକାଳୀନ ଭିତରେ କାମ ଚାଲିଛି । ଜିଲ୍ଲାରେ ବିଦ୍ୟୁତ ବିଭାଗର ମୋଟ 95 ପ୍ରତିଶତ କାର୍ଯ୍ୟ ଶେଷ କରାଯାଇ ବିଦ୍ୟୁତ ସଂଯୋଗ କରାଯାଇଛି । ବିଶେଷ କରି ମୟୂରଭଞ୍ଜ ଜିଲ୍ଲାରେ ମୋଟ ୫ଟି ଇଲେକ୍ଟ୍ରିକାଲ ସବଡିଭିଜନରେ ୧୪ ଟି ସେକ୍ସନ ରହିଛି ।
ବିଦ୍ୟୁତ ବିଭାଗର କହିବା ଅନୁଯାୟୀ, ଜିଲ୍ଲାର ସବୁ ସେକ୍ସନ ପ୍ରଭାବିତ ହୋଇଥିବା ବେଳେ ବିଶେଷ କରି ବେତନଟୀ, ବୈଶିଙ୍ଗା, ମୋରଡ଼ା, ରାସଗୋବିନ୍ଦପୁର, ଶ୍ୟାମାଖୁଣ୍ଟା, ରଘୁନାଥପୁର ସେକ୍ସନ ଅଧିକ ପ୍ରଭାବିତ ହୋଇଥିଲା । ମୟୂରଭଞ୍ଜ ଜିଲ୍ଲା ନେସ୍କୋ ପକ୍ଷରୁ ୧୯୦ରୁ ଉର୍ଦ୍ଧ୍ବ କର୍ମଚାରୀଙ୍କୁ ନେଇ ଯୁଦ୍ଧକାଳୀନ ଭିତ୍ତିରେ ୯୫ ପ୍ରତିଶତ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ଦିଆଯାଇଛି । ଜିଲ୍ଲାରେ ମୋଟ ୨ଲକ୍ଷ ୨୦ ହଜାର ରୁ ଉର୍ଦ୍ଧ୍ବ ଉପଭୋକ୍ତା ଥିବା ବେଳେ ଦୁଇ ଲକ୍ଷ ୧୯ ହଜାର ଉପଭୋକ୍ତାଙ୍କ ଠାରେ ବିଜୁଳି ଆଲୁଅ ପହଞ୍ଚିଛି ବୋଲି କହିଛନ୍ତି ଅଧିକ୍ଷଣ ଯନ୍ତ୍ରୀ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ