ଓଡିଶା

odisha

ETV Bharat / state

ଚୋରାକାଠ ଚାଲାଣବେଳେ ପିକଅପ ଭ୍ୟାନ ଜବତ, 2 ଗିରଫ

ମୟୁରଭଞ୍ଜ ଜିଲ୍ଲାରେ ଶାଳକାଠ ଗଣ୍ଡି ସହ ପିକଅପ ଭ୍ୟାନ ଜବତ । ଓଡିଶାରୁ ପଶ୍ଚିମବଙ୍ଗକୁ ଚାଲାଣ ବେଳେ ଜବତ କରିଛି ବନବିଭାଗ ।

By

Published : Oct 3, 2019, 6:35 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ମୟୁରଭଞ୍ଜ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଜାଲାଦା ନିକଟରୁ କାଠ ଗଣ୍ଡି ବୋଝେଇ ପିକଅପ ଭ୍ୟାନକୁ ଜବତ କରିଛି ବନବିଭାଗ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ମୟୁରଭଞ୍ଜ

ବାଙ୍ଗରିପୋଷୀ ରେଞ୍ଜରଙ୍କ ନିର୍ଦେଶରେ ଚଢ଼ାଉ କରି ୧୬ଟି ଶାଳ କାଠ ଗଣ୍ଡି ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୫୦,୦୦୦ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ବନବିଭାଗ କହିଛି । କାଠଗଣ୍ଡି ଗୁଡିକ ଓଡିଶାରୁ ପଶ୍ଚିମବଙ୍ଗ ଚୋରାଚାଲାଣ ହେଉଥିଲା । କୌଣସି ସୂତ୍ରରୁ ଖବର ପାଇ ବନବିଭାଗ କାଠ ସହ ପିକଅପକୁ ଜବତ କରିଛି । ଚୋରା କାଠ ସହ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନେ ହେଲେ ବାରୁଆବେଡା ଗ୍ରାମର କୃଷ୍ଣଚନ୍ଦ୍ର ଚୌଧୁରୀ, କପାଡ଼ିହା ଗ୍ରାମର ବୈକୁଣ୍ଠନାଥ ପାତ୍ର। କେସ ନମ୍ବର ୮୨ ରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି ବନବିଭାଗ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details