ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧୁଆଣି ରେଞ୍ଜ ଟାଙ୍ଗାବିଲା ଠାରେ ଥିବା ଏକ ବେଆଇନ ଟ୍ରକ ବୋଡି ନିର୍ମାଣ କାରଖାନାରେ ବନ ବିଭାଗର ଚଢାଉ । ବେଆଇନ ଭାବେ ଲକ୍ଷାଧିକ ଟଙ୍କାର ସାଇଜକାଠ ଗଚ୍ଛିତ ରଖିଥିବା କୌଣସି ସୂତ୍ରରୁ ଖବର ପାଇ କରଞ୍ଜିଆ ବନଖଣ୍ଡର ଏକ ସ୍ୱତନ୍ତ୍ର ଟିମ ଚଡାଉ କରି ସାଇଜ କାଠ ଜବତ କରିଛି ।
ବେଆଇନ ଟ୍ରକ ବୋଡି ଗ୍ୟାରେଜରେ ଚଢାଉ, ଲକ୍ଷାଧିକ ଟଙ୍କାର ସାଇଜ କାଠ ଜବତ - ବେଆଇନ ଟ୍ରକ ବୋଡି ଗ୍ୟାରେଜରେ ଚଡାଉ
ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧୁଆଣି ରେଞ୍ଜ ଟାଙ୍ଗାବିଲା ଠାରେ ଥିବା ଏକ ବେଆଇନ ଟ୍ରକ ବୋଡି ନିର୍ମାଣ କାରଖାନାରେ ବନ ବିଭାଗର ଚଢାଉ । ଲକ୍ଷାଧିକ ଟଙ୍କାର ସାଇଜ କାଠ ଜବତ କରିଛି ବନ ବିଭାଗ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ବେଆଇନ ଟ୍ରକ ବୋଡି ଗ୍ୟାରେଜରେ ଚଢାଉ, ଲକ୍ଷାଧିକ ଟଙ୍କାର ସାଇଜ କାଠ ଜବତ
ବେଆଇନ ଟ୍ରକ ବୋଡି ଗ୍ୟାରେଜରେ ଚଢାଉ, ଲକ୍ଷାଧିକ ଟଙ୍କାର ସାଇଜ କାଠ ଜବତ
ସେପଟେ ଘଟଣାସ୍ଥଳରୁ ବୋଡି ଗ୍ୟାରେଜ ମାଲିକ ଖସିଯିବା ପାଇଁ ସଫଳ ହୋଇଛନ୍ତି । ତେବେ ଏପରି ବେଆଇନ ଚୋରା କାଠ ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ବନବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏପରି ବେଆଇନ ବୋଡି ଗ୍ୟାରେଜ ସହିତ ଚୋରା କାଠ ଚାଲାଣକାରୀ ଦିନକୁ ଦିନ ସକ୍ରିୟ ହୋଇ ଏପରି ବେଆଇନ ଚୋରିରେ ସାମିଲ ହୋଇ ଜଙ୍ଗଲ ସଫା କରି ସାରିଲେଣି । ତଥାପି ବନବିଭାଗ ଏଥି ପ୍ରତି କୌଣସି ପ୍ରକାର କଠୋର ପଦକ୍ଷେପ ଗ୍ରହଣ କରୁ ନଥିବାରୁ ଏବେ ଚିନ୍ତାରେ ପରିବେଶବିତ ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ