ରାଇରଙ୍ଗପୁର:ଆଗକୁ ଆସୁଛି ଦୀପାବଳି । ସେଥିପାଇଁ ଗାଁ ଠାରୁ ଆରମ୍ଭ କରି ସହର ଚଳଚଞ୍ଚଳ ହୋଇଉଠିଛି । ବିଭିନ୍ନ ପ୍ରକାର ଆଲୋକ ମାଳା ଓ ବାଣ ଦୋକାନ ପାଇଁ ପ୍ରସ୍ତୁତ ହେଲେଣି ବ୍ୟବସାୟୀ । ବ୍ୟବସାୟୀମାନେ ବିଭିନ୍ନ ଜନବସତି ଅଞ୍ଚଳରେ ବେଆଇନଭାବେ ବାଣ ଗଚ୍ଛିତ କରିବା ଆରମ୍ଭ କଲେଣି । ଏହି ପରିପ୍ରେକ୍ଷୀରେ ବିଳମ୍ବିତ ରାତିରେ ବେଆଇନ ବାଣ ଗୋଦାମରେ ଚଢ଼ାଉ କରିଛି କରଞ୍ଜିଆ ଥାନା ପୋଲିସ । ଚଢ଼ାଉ ବେଳ ୪୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ବାଣ ଜବତ ହୋଇଛି ।
କୌଣସି ସୂତ୍ରରୁ ଖବର ପାଇ କରଞ୍ଜିଆ ଥାନା ପୋଲିସ NAC ଅଞ୍ଚଳରେ ଏକ ବଡ଼ ବେଆଇନ ବାଣ ଗୋଦାମ ଘରେ ଚଢ଼ାଉ କରିଥିଲେ । ବେଆଇନ ଗଚ୍ଛିତ ବାଣକୁ ଜବତ କରିବାରେ ସଫଳ ହେଇଥିଲେ । ଏହି ଚଢ଼ାଉ ସମୟରେ କୌଶଳ କ୍ରମେ ପ୍ରଦୀପ ସାହା ନାମକ ଜଣେ ବାଣ ବ୍ୟବସାୟୀ ଖସି ପଳାଇବାରେ ସଫଳ ହୋଇଥିଲା । ଅନ୍ୟପଟେ ଗୋଦାମ ଦାୟିତ୍ୱରେ ଥିବା ଚାରି ଜଣ କର୍ମଚାରୀଙ୍କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଚଳାଉଥିବା ସୂଚନା ମିଳିଛି ।