ରାଇରଙ୍ଗପୁର: ପଣ୍ଡ ହେଲା ଗୋ ଚାଲାଣ କାରବାର । ମୟୂରଭଞ୍ଜ ଜିଲ୍ଲା ତାଟୋ ଛକ ନିକଟରେ ଗୋରୁ ବୋଝେଇ ଗୋଟିଏ 12ଚକିଆ ଟ୍ରକକୁ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି ପୋଲିସ ।
ପଣ୍ଡ ହେଲା ଗୋ ଚାଲାଣ କାରବାର, ୪୦ରୁ ଉର୍ଦ୍ଧ୍ବ ଗାଇ ବଳଦ ଉଦ୍ଧାର ଶୁକ୍ରବାର ଭୋରୁ ଭୋରୁ 49ନମ୍ବର ଜାତୀୟ ରାଜପଥରେ ଗୋ ଚାଲାଣ ହେଉଥିବା ଖବର ପାଇଥିଲା ଭୈରବ ସେନା । ସେନାର କିଛି ଯୁବକ ରାଜପଥରେ ୪୦ରୁ ଊର୍ଦ୍ଧ୍ଵ ଗାଈ ବଳଦ ବୋଝେଇ ଗୋଟିଏ 12ଚକିଆ ଟ୍ରକକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି ।
ତେବେ ଅତି ନିର୍ଦ୍ଦୟ ଭାବରେ ଗୋ-ଚାଲାଣ ପୋଲିସରେ ଇସାରାରେ ହେଉଥିବା ଅଭିଯୋଗ କରିଛି ଭୈରବ ସେନା । ଏ କିଛି ଦିନ ହେବ ରାଜ୍ୟରେ ପ୍ରତ୍ୟେକ ଦିନ ବେଧଡକ ଭାବେ ବେଆଇନ ଗୋ ଚାଲାଣ କାରବାର ବଢୁଥିବା ବେଳେ ପୋଲିସ ହାତ ଖାଲି । ମାଫିଆଅଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ବୋଲି ପ୍ରଶ୍ନ କରିଛନ୍ତି ଭୈରବ ସେନାର ଯୁବକ । ତେବେ ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।
କିଛି ଦିନ ପୂର୍ବରୁ ଏପରି ଗୋ ଚାଲାଣ ଗାଡି ଜବତ କରିବା ସହ ମାଫିଆଙ୍କ ବିରୁଦ୍ଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ