ଓଡିଶା

odisha

ETV Bharat / state

ଗୋରୁ ବୋଝେଇ ଗାଡିକୁ ଜବତ କଲେ ଗାଁ ଲୋକ, ଡ୍ରାଇଭର ଓ ହେଲପର ଫେରାର - Illegal cow smmugling

ମୟୂରଭ଼ଞ୍ଜ ଜିଲ୍ଲାରେ ବଢୁଛି ବେଆଇନ ଗୋରୁ ଚାଲାଣ । ଚାଂଚବଣି ଅଞ୍ଚଳ ଦେଇ ଆସୁଥିବା ଏକ ଗୋରୁ ବୋଝେଇ ପିକଅପକୁ କାବୁ କରିଛନ୍ତି ଗାଁଲୋକ । ଅଧିକ ପଢନ୍ତୁ...

ଗୋରୁ ବୋଝେଇ ଗାଡିକୁ ଜବତ କଲେ ଗାଁ ଲୋକ
ଗୋରୁ ବୋଝେଇ ଗାଡିକୁ ଜବତ କଲେ ଗାଁ ଲୋକ

By

Published : Nov 11, 2020, 11:03 AM IST

ରାଇରଙ୍ଗପୁର: ରାଜ୍ୟରେ ବଢୁଛି ବେଆଇନ ଚାଲାଣ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଚାଂଚବଣି ଅଞ୍ଚଳ ଦେଇ ଆସୁଥିବା ଏକ ଗୋରୁ ବୋଝେଇ ପିକଅପ ଗାଡିକୁ କାବୁ କରିଛନ୍ତି ଗାଁ ଲୋକ । ଘଟଣାସ୍ଥଳରୁ ଗାଡି ଛାଡି ଡ୍ରାଇଭର ଓ ହେଲପର ଫେରାର ।

ଗୋରୁ ବୋଝେଇ ଗାଡିକୁ ଜବତ କଲେ ଗାଁ ଲୋକ, ଡ୍ରାଇଭର ଓ ହେଲପର ଫେରାର

ପଣ୍ଡ ହେଲା ମାଫିଆଙ୍କ ବେଆଇନ ଗୋରୁ ଚାଲାଣ । କରଞ୍ଜିଆ ବ୍ଲକ ଚାଂଚବଣି ଅଞ୍ଚଳ ଦେଇ ଆସୁଥିବା ଏକ ଗୋରୁ ବୋଝେଇ ପିକଅପ (OD11A6014)କୁ ଜବତ କରିଛନ୍ତି ଗ୍ରାମବାସୀ । ଘଟଣାସ୍ଥଳରୁ ଗାଡି ଛାଡି ଡ୍ରାଇଭର ଓ ହେଲପର ଚମ୍ପଟ ମାରିଛନ୍ତି । ଗାଡିରୁ 10ଟି ଗୋରୁଙ୍କୁ ସୁରକ୍ଷିତ ଉଦ୍ଧାର କରି କରଞ୍ଜିଆ ଗୋଶାଳାକୁ ହସ୍ତାନ୍ତର କରିଛନ୍ତି ଗାଁଲୋକ ।

ତେବେ ଅଞ୍ଚଳରେ ଦିନକୁ ଦିନ ଗୋରୁ ମାଫିଆ ମାନେ ଅତି ନିର୍ଦ୍ଦୟ ଭାବେ ଗୋ ଚାଲାଣ କରୁଥିବାର ଦେଖାଯାଇଛି । ବାରମ୍ବାର ଗୋ ଚାଲାଣ ନେଇ ଅଭିଯୋଗ ହେଉଥିଲେ ବି ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା କହିଛନ୍ତି ଗ୍ରାମବାସୀ । ଘଟଣାରେ ପୋଲିସ ଗାଡିଟିକୁ ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details