ଓଡିଶା

odisha

By

Published : Oct 20, 2020, 12:49 PM IST

ETV Bharat / state

ବାରିପଦାରେ ବେଆଇନ ଗୋରୁ ଚାଲାଣ; ୩୦ ଗୋରୁ ଉଦ୍ଧାର, ୪ ଗିରଫ

ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ବାରିପଦା ଟାଉନ ଥାନା ଓ ସଦର ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ଚଢାଉ ବେଳେ ୩ ଟି ଗୋରୁ ବୋଝେଇ ପିକ ଅପ ଜବତ କରିବା ସହ ୩୦ ଟି ଗୋରୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

ବାରିପଦାରେ ବେଆଇନ ଗୋରୁ ଚାଲାଣ
ବାରିପଦାରେ ବେଆଇନ ଗୋରୁ ଚାଲାଣ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଓ ସଦର ଥାନାର ବିଭିନ୍ନ ଅଞ୍ଚଳରୁ ବେଆଇନ ଗୋରୁ ଚାଲାଣ । 3ଟି ପିକଅପ ଭ୍ୟାନରେ 30 ଟି ଗୋରୁ ଚାଲାଣ ବେଳେ ଉଦ୍ଧାର କଲା ବାରିପଦା ପୋଲିସ । 4 ଜଣକୁ ଗିରଫ କରିବା ସହ 3ଟି ପିକଅପ ଭ୍ୟାନ ଜବତ କରିଛି ପୋଲିସ ।

ବାରିପଦାରେ ବେଆଇନ ଗୋରୁ ଚାଲାଣ

ସୂଚନା ଅନୁଯାୟୀ ବାରିପଦା ସଦର ଥାନା ପୋଲିସ ପକ୍ଷରୁ ସ୍ଥାନୀୟ ଶାଗୁଣାବସା ଗାଁ ନିକଟ ଛକରୁ 20ଟି ଗୋରୁ ଉଦ୍ଧାର କରିବା ସହ ଦୁଇ ଜଣ ଗାଡି ଚାଳକ ବାବୁଲା ମହାନ୍ତ ଓ ସୁନୀଳ ସାହୁଙ୍କୁ ଗିରଫ କରିଛି। ସେହିପରି ଟାଉନ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ର ସର୍କଲରେ କେଶରିଆ ହିନ୍ଦୁ ପରିଷଦ ପକ୍ଷରୁ ଗୋଟିଏ ପିକ ଅପ ରେ ୧୦ ଟି ଗୋରୁ ଚାଲାଣ ହେଉଥିବା ବେଳେ ଅଟକ ରଖି ପୋଲିସ କୁ ଖବର ଦେଇଥିଲେ । ପୋଲିସ ପିକ ଅପ ସହ ଗୋରୁ ଜବତ କରିଛି। ପିକ ଅପ ଚାଳକ ଦିଲ୍ଲୀପ ବେହେରା ଓ ସହଯୋଗୀ ପଦ୍ମଲୋଚନ ମହାନ୍ତଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ

ABOUT THE AUTHOR

...view details