ଓଡିଶା

odisha

ETV Bharat / state

ଆତ୍ମହତ୍ୟା ନା ହତ୍ୟା ! ସ୍ତ୍ରୀର ମୃତଦେହ ସହ କୋଠରୀରେ 8 ଘଣ୍ଟା ବନ୍ଦ ସ୍ୱାମୀ - ସ୍ତ୍ରୀର ମୃତ ଦେହ ଝୁଲନ୍ତା ଅବସ୍ଥା

ସ୍ତ୍ରୀର ମୃତଦେହ ସହ ବନ୍ଦ କୋଠରୀରେ ଆଠ ଘଣ୍ଟା ବିତାଇଲା ସ୍ବାମୀ । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିବାବେଳେ ପୁଅ ବାପା ନାମରେ ଆଣିଛି ହତ୍ୟା ଅଭିଯୋଗ । ଅଧିକ ପଢନ୍ତୁ..

ସ୍ତ୍ରୀର ମୃତଦେହ ସହ କୋଠରୀରେ 8 ଘଣ୍ଟା ବନ୍ଦ ସ୍ୱାମୀ
ସ୍ତ୍ରୀର ମୃତଦେହ ସହ କୋଠରୀରେ 8 ଘଣ୍ଟା ବନ୍ଦ ସ୍ୱାମୀ

By

Published : Jul 2, 2020, 9:23 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ସ୍ତ୍ରୀର ମୃତଦେହ ସହ ବନ୍ଦ କୋଠରୀରେ ଆଠ ଘଣ୍ଟା ବିତାଇଲା ସ୍ବାମୀ । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିବାବେଳେ ପୁଅ ବାପା ନାମରେ ଆଣିଛି ହତ୍ୟା ଅଭିଯୋଗ । ବେତନଟୀ ଥାନା କେନ୍ଦୁଛାଟିଆ ଖଡିଆ ସାହିରେ ଘଟିଛି ଘଟଣା ।

ସ୍ତ୍ରୀର ମୃତଦେହ ସହ କୋଠରୀରେ 8 ଘଣ୍ଟା ବନ୍ଦ ସ୍ୱାମୀ
ସୂଚନା ଅନୁସାରେ ଗୁରୁବାର ସକାଳୁ ଖଡିଆସାହିରେ କାଜଲ ଦେହୁରୀଙ୍କ ମୃତ୍ୟୁ ପରେ ମୃତଦେହ ସହ ପତି ହରିଆ ଦେହୁରୀ ପ୍ରାୟ ୮ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ବନ୍ଦ କୋଠରୀରେ ରହିଥିଲା ସ୍ବାମୀ । ଗ୍ରାମବାସୀ ନିଜ ଉଦ୍ୟମରେ ବନ୍ଦ କୋଠରୀ ଭିତରୁ ଉଭୟଙ୍କୁ ବାହାର କରିପାରିନଥିଲେ । ଏହାପରେ ବେତନଟୀ ପୋଲିସକୁ ଖବର ଦିଆଯାଇଥିଲା । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଦ କୋଠରୀର କବାଟ ଭାଙ୍ଗି ଉଭୟଙ୍କୁ ଉଦ୍ଧାର କରିଥିଲା ।ତେବେ ବନ୍ଦ କୋଠରୀ ଭିତରୁ ପୋଲିସକୁ ସ୍ତ୍ରୀର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ମୃତ୍ୟୁର କାରଣ ଜଣାପଡିନଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ମୃତକଙ୍କ ପୁଅଙ୍କ କହିବା ଅନୁଯାୟୀ ମାଆକୁ ବାପା ହତ୍ୟା କରିଛି । ପୋଲିସ ତଦନ୍ତ ଆରମ୍ଭ କରିବା ସହ ହରିଆ ଦେହୁରୀକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଏହା ହତ୍ୟା ନା ଆତ୍ମହତ୍ୟା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ପୋଲିସ ପ୍ରକାଶ କରିଛି ।ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details