ଓଡିଶା

odisha

ETV Bharat / state

ପର କରିଦେଲେ ଘରଲୋକ, ଟ୍ରଲିରେ 15କିମି ସ୍ତ୍ରୀର ମୃତଦେହ ବୋହିଲା ସ୍ବାମୀ - ସାନଜୁନୁପାଳ ଗ୍ରାମ

ଟଙ୍କା ଅଭାବରୁ ସ୍ତ୍ରୀର ମୃତଦେହକୁ ଟ୍ରଲିରେ ବୋହି ନେଲା ସ୍ବାମୀ । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳର ଘଟଣା । ଅଧିକ ପଢ଼ନ୍ତୁ...

husband pulled wife's body, husband carried wife's body in trolley, mayurbhanj news, ଟ୍ରଲିରେ ବୋହିଲା ସ୍ତ୍ରୀର ମୃତଦେହ, ପୁଣି ଏକ ଦାନ ମାଝି,  ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା, ସାନଜୁନୁପାଳ ଗ୍ରାମ, ଖେଲା ସୋରେନ୍
ରାସ୍ତାରେ ପୁଣି ଏକ ଦାନ ମାଝି, ଟ୍ରଲିରେ ବୋହିଲା ସ୍ତ୍ରୀର ମୃତଦେହ

By

Published : Dec 16, 2019, 11:07 PM IST

Updated : Dec 16, 2019, 11:19 PM IST

ବାରିପଦା: ଦାରିଦ୍ର୍ୟର ତାଡନା ଯେ କେତେ ଯନ୍ତ୍ରଣାଦାୟକ ତାହାର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ପ୍ରସବ ପରେ ମେଡିକାଲରେ ସ୍ତ୍ରୀର ମୃତ୍ୟୁ ହେବା ପରେ ମୃତଦେହକୁ ସଂପର୍କୀୟଙ୍କ ଘରେ ଦାହ ସଂସ୍କାର କରିବାକୁ ଚାହିଁଲେ ସ୍ଵାମୀ । ହେଲେ ସଂପର୍କୀୟ ମାନେ ମନା କରିବାରୁ ଶେଷରେ ଏକ ଟ୍ରଲି ଯୋଗେ ପ୍ରାୟ 15 କିଲୋମିଟର ବାଟ ସ୍ତ୍ରୀର ମୃତଦେହକୁ ଧରି ଗାଁକୁ ନେଲେ ସ୍ବାମୀ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ।

ରାସ୍ତାରେ ପୁଣି ଏକ ଦାନ ମାଝି, ଟ୍ରଲିରେ ବୋହିଲା ସ୍ତ୍ରୀର ମୃତଦେହ

କପ୍ତିପଦା ଥାନା ସାନଜୁନୁପାଳ ଗ୍ରାମର ଖେଲା ସୋରେନ୍ ତାଙ୍କ ସ୍ତ୍ରୀ ରାଇମାତ ସୋରେନଙ୍କ ପ୍ରସବ ନିମନ୍ତେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରିଥଲେ । ରବିବାର ଏକ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ରାଇମାତଙ୍କର ମୃତ୍ୟୁ ହୋଇଥିଲା। ପୁଅକୁ ଡାକ୍ତରଖାନାରେ ଡାକ୍ତରଙ୍କ ହେପାଜତରେ ଛାଡି ସ୍ତ୍ରୀର ମୃତଦେହକୁ ସ୍ଵର୍ଗରଥରେ ନେଇ ଉଦଳା ଥାନା ଉର୍ମଳ ଗ୍ରାମ ସ୍ଥିତ ସଂପର୍କୀୟ ଘରକୁ ଆସିଲେ ଖେଲା । ହେଲେ ସଂପର୍କୀୟ ଘର ଲୋକେ ରାଇମାତର ମୃତଦେହକୁ ଦାହ କରିବାକୁ ମନା କରିଥିଲେ ।

ଏହା ପରେ ସ୍ତ୍ରୀର ମୃତଦେହକୁ ଗାଁକୁ ନେବାକୁ ଚାହିଁଥିଲେ ଖେଲା । କିନ୍ତୁ ପାଖରେ ଟଙ୍କା ନଥିବାରୁ ଏକ ଟ୍ରଲି ସାହାଯ୍ୟରେ ମୃତଦେହକୁ ବୋହି ବୋହି କପ୍ତିପଦା ଥାନା ସାନଜୁନୁପାଳ ଗାଁକୁ ଯାଉଥିଲେ । ତେବେ ଉର୍ମଳ ଗାଁରୁ 3 କିଲୋମିଟର ଯିବା ପରେ ରାସ୍ତାପାର୍ଶ୍ବ ନବର ଜଙ୍ଗଲରେ ମୃତଦେହକୁ ପୋତିଦେବାକୁ ଚାହିଁଥିଲା ଖେଲା । ତେବେ ସେଠାରେ ଗ୍ରାମବାସୀ ଏହାକୁ ବିରୋଧ କରିବାରୁ ପୁଣି ମୃତଦେହକୁ ଟ୍ରଲିରେ ଧରି ନିଜ ଗାଁକୁ ଯିବା ବାଟରେ ଖେଲାକୁ ଅଟକାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Dec 16, 2019, 11:19 PM IST

ABOUT THE AUTHOR

...view details