ବାରିପଦା:ଅତି ନିର୍ମମ ଭାବେ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ସାମାନ୍ୟ ଘରୋଇ କଳିକୁ କେନ୍ଦ୍ର କରି ସ୍ତ୍ରୀକୁ ଅତି ନିର୍ଦ୍ଦୟ ଭାବେ ଠେଙ୍ଗାରେ ପିଟି ହତ୍ୟା କରିଛି ସ୍ବାମୀ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ କରପଦା ଗ୍ରାମରେ ।
ସୂଚନାଅନୁଯାୟୀ କରପଦା ଗ୍ରାମର କାହ୍ନୁ ହାଁସଦା ଗତକାଲି ରାତିରେ କାମ ସାରି ଘରକୁ ଫେରିଥିଲେ । ଘରକୁ ଫେରିବା ପରେ ସ୍ତ୍ରୀ ଫୁଲ ହାଁସଦାକୁ ଖାଇବାକୁ ମାଗିଥିଲେ । ହେଲେ ଫୁଲ ଖାଇବାକୁ ଦେଇ ନ ଥିଲେ । ଯାହାକୁ ନେଇ ଉତକ୍ଷିପ୍ତ ହୋଇ ସ୍ବାମୀ କାହ୍ନୁ ଏକ ଠେଙ୍ଗାରେ ସ୍ତ୍ରୀକୁ ବାଡେଇ ବାଡେଇ ଗୁରୁତର କରିଥିଲା। ତେବେ ଭୋର ସମୟରେ ଯେତେବେଳେ ଫୁଲକୁ ତାଙ୍କ ସ୍ବାମୀ ଡାକିଥିଲେ ସେ ଉଠି ନ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିବା ସେ ଜାଣିବାକୁ ପାଇଥିଲେ ।