ରାଇରଙ୍ଗପୁର: ପରକୀୟା ପ୍ରୀତି ଉଜାଡି ଦେଲା ସଂସାର । ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହାଣିଲା ସ୍ବାମୀ । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଡୋଲାଜୋଡି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପରକୀୟା ପ୍ରୀତି ସନ୍ଦେହରେ ସଇତାନ ସାଜିଲା ସ୍ବାମୀ, ଟାଙ୍ଗିଆରେ ହାଣି ସ୍ତ୍ରୀକୁ କଲା ହତ୍ୟା - husband murder his wife in mayurbhanj
ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଡୋଲାଜୋଡି ଗ୍ରାମରେ ପରକୀୟା ପ୍ରୀତି ସନ୍ଦେହ କରି ରାଗିକି ସ୍ତ୍ରୀକୁ ଏକ କୁରାଢି ସାହାଯ୍ୟରେ ହାଣି ଦେଲା ସ୍ୱାମୀ ।ଅଧିକ ପଢନ୍ତୁ
ସୂଚନା ଅନୁଯାୟୀ, ଡୋଲାଜୋଡି ଗ୍ରାମର ବୁଧୁନ ବାସ୍କେ ଓ ତାଙ୍କ ସ୍ତ୍ରୀ ଦେଓଲା ବାସ୍କେଙ୍କ ମଧ୍ୟରେ ଗତକାଲି ରାତିରେ ବଚସା ହୋଇଥିଲା । ସ୍ତ୍ରୀ ଦେଓଲା ବାସ୍କେ ଅନ୍ୟ କାହା ସହିତ ଫୋନରେ କଥା ହେଉଥିବା ନେଇ ଉଭୟେ ଝଗଡା କରିଥିଲେ । ଏଥିରେ ଉତିକ୍ଷିପ୍ତ ହୋଇ ସ୍ବାମୀ ଏକ କୁରାଢୀରେ ସ୍ତ୍ରୀକୁ ହାଣି ଦେଇଥିଲା ସ୍ବାମୀ । ତେବେ ଘଟଣାସ୍ଥଳରେ ହିଁ ଦେଓଲା ପ୍ରାଣ ହରାଇଥିଲେ । ଖବର ପାଇ ତିରିଂ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିବା ସହିତ ସ୍ବାମୀ ବୁଧୁନକୁ ଥାନାରେ ଅଟକ ରଖିଛି । ତେବେ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଡକାଇଥିବା ନେଇ ସୂଚନା ମିଳିଛି ।