ରାଇରଙ୍ଗପୁର: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ବାଢୁଣିଆ ଗାଁରେ । ମୃତ ମହିଳା ହେଲେ ମାଇନୋ ମାହାଲି ।
ସ୍ବାମୀ ଭୁଲିଲା ସାତଜନ୍ମର ସମ୍ପର୍କ, ଠେଙ୍ଗା ମାଡରେ ସ୍ତ୍ରୀ ମୃତ - mayurbhanj murder
ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧିନସ୍ଥ ବାଢୁଣିଆ ଗାଁରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...
ସ୍ବାମୀ ଭୁଲିଲା ସାତଜନ୍ମର ସମ୍ପର୍କ, ଠେଙ୍ଗା ମାଡରେ ସ୍ତ୍ରୀ ମୃତ
ସ୍ବାମୀ ଭୁଲିଲା ସାତଜନ୍ମର ସମ୍ପର୍କ, ଠେଙ୍ଗା ମାଡରେ ସ୍ତ୍ରୀ ମୃତ
ମୃତ ମାଇନୋ ମାହାଲି ସ୍ବାମୀ ଗୋରା ମାହାଲିଙ୍କ ସହ ବାଢୁଣିଆ ଗାଁର କଲୋନି ସାହିରେ ଏକ ଭଙ୍ଗା ପରିତ୍ୟକ୍ତ ଘରେ ଅତି ଦୟନୀୟ ଅବସ୍ଥାରେ ରହୁଥଲେ । ତେବେ କୌଣସି କାରଣରୁ ଉଭୟ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ବଚସା ହେଇଥିଲା । ଏଥିରେ ଗୋରା ମହାଲି ଉତ୍ୟକ୍ତ ହୋଇ ନିଜ ସ୍ତ୍ରୀକୁ ଏକ ଠେଙ୍ଗା ସାହାଯ୍ୟରେ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଘଟଣା ସ୍ଥଳରେ ବିଶୋଇ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠେଇଛି । ଏହାସହ ଅଭିଯୁକ୍ତକୁ ଗିରଫ କରି ତଦନ୍ତ କରୁଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ
Last Updated : Feb 13, 2020, 12:51 PM IST