ଓଡିଶା

odisha

ETV Bharat / state

କାଠଫାଳିଆରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ସ୍ବାମୀ ଜେନା ଭକ୍ତା ନିଜ ସ୍ତ୍ରୀ ଗୋଲାପୀ ଭକ୍ତାଙ୍କୁ ଏକ କାଠଫାଳିଆରେ ପିଟି ପିଟି ହତ୍ୟା କରିଛି । ପରେ ଗାଁ ପାଖ ଜଙ୍ଗଲରେ ଫୋପାଡ଼ି ଦେଇଛି ।

ଫଟୋ ସୌଜନ୍ୟ- ପ୍ରତିନିଧି ରାଇରଙ୍ଗପୁର

By

Published : Aug 26, 2019, 3:00 PM IST

ରାଇରଙ୍ଗପୁର: ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ । ପରେ ଘର ପାଖରେ ଥିବା ଜଙ୍ଗଲରେ ଫୋପାଡ଼ି ଦେଲା । ଏହି ହୃଦୟ ବିଦାରକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ । ଘଟଣାଟି ଘଟିଛି ରବିବାର ବିଳମ୍ବିତ ରାତ୍ରିରେ ।

ଭିଡିଓ ସୌଜନ୍ୟ- ପ୍ରତିନିଧି ରାଇରଙ୍ଗପୁର

ତେବେ କୌଣସି ଏକ କଥାକୁ ନେଇ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା । ସ୍ବାମୀ ଜେନା ଭକ୍ତା ନିଜ ସ୍ତ୍ରୀ ଗୋଲାପୀ ଭକ୍ତାଙ୍କୁ ଏକ କାଠଫାଳିଆରେ ପିଟି ପିଟି ହତ୍ୟା କରିଛି । ସୂଚନା ଅନୁଯାୟୀ ସ୍ବାମୀ ଜେନା ଭକ୍ତା ପାରାଦୀପରେ ଶ୍ରମିକ ଭାବେ କାମ କରନ୍ତି । 5 ବର୍ଷ ପୂର୍ବରୁ ସେ ଗୋଲାପୀଙ୍କୁ ବିବାହ କରିଥିଲେ । ଗତକାଲି ରାତିରେ ସ୍ତ୍ରୀ ସହ ଝଗଡା ପରେ ସ୍ତ୍ରୀକୁ ପିଟି ପିଟି ମାରିବା ପରେ ଗାଁ ପାଖ ଜଙ୍ଗଲରେ ଫୋପାଡ଼ି ଦେଇଥିଲା ।

ସୋମବାର ଗ୍ରାମବାସୀ ଜଙ୍ଗଲକୁ ଯାଇଥିବା ବେଳେ ମୃତ ଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ମୋରଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ସ୍ବାମୀକୁ ଗିରଫ ରଖିଛି । ଏଥି ସହିତ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଣ୍ଡିତ ରଘୁନାଥ ମୂର୍ମୁ ମେଡିକାଲ କଲେଜକୁ ପଠାଇଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details