ରାଇରଙ୍ଗପୁର: ଗୁଣିଗାରେଡି ସନ୍ଦେହରେ(Murder for Black Magic Suspicion) ସ୍ବାମୀ-ସ୍ତ୍ରୀ ଶୋଇଥିବା ସମୟରେ ଟାଙ୍ଗିଆରେ ଆକ୍ରମଣ । ଘଟଣାସ୍ଥଳରେ ସ୍ବାମୀଙ୍କ ମୃତ୍ୟୁ ଘଟି ଥିବାବେଳେ ସ୍ତ୍ରୀ ଗୁରୁତର ଆହତ। । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ।
ମୃତ ବ୍ୟକ୍ତି ଜଣକ ହେଲେ ମାନସିଂ ସୋରେନ । ମୃତକଙ୍କ ସ୍ତ୍ରୀ ତଥା ଗୁରୁତର ଆହତ ହୋଇଥିବା ସାଲହୋମଣି ସୋରେନଙ୍କୁ ଅଧିକ ଚିକିତ୍ସା ପାଇଁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ଉଭୟ ସ୍ବାମୀ-ସ୍ତ୍ରୀ ଶୋଇଥିବା ସମୟରେ ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଉଭୟ ସେମାନଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ । ଘଟଣାସ୍ଥଳରେ ମାନସିଂଙ୍କ ମୃତ୍ୟୁ ଘଟିଥିଲା । ଗୁରୁତର ଅବସ୍ଥାରେ ସାମହୋମଣିଙ୍କୁ ପରିବାର ଏବଂ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ।