ରାଇରଙ୍ଗପୁର:ପାରିବାରିକ କଳହର କରୁଣ ପରିଣତି । ସାମାନ୍ୟ ବଚସାରୁ ଛାରଖାର ହୋଇଗଲା ପରିବାର । କୌଣସି ଏକ କଥାକୁ ନେଇ ସ୍ତ୍ରୀକୁ ହାଣିବା ପରେ ଜୀବନ ହାରିଲା ସ୍ବାମୀ । ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା ଅନ୍ତର୍ଗତ ଛେଳିଆବି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ମୃତ ସ୍ବାମୀ ଜଣକ ହେଲେ ପ୍ରଶାନ୍ତ ବେହେରା(୫୫) ଓ ଗୁରୁତର ଆହତ ହୋଇଥିବା ସ୍ତ୍ରୀ ଜଣକ ହେଲେ ମିନତୀ ବେହେରା(୪୫)।
ଖବରଅନୁସାରେ, ଛେଳିଆବି ଗ୍ରାମରେ ରହୁଥିବା ବେହେରା ଦମ୍ପତିଙ୍କ ମଧ୍ୟରେ ପୂର୍ବରୁ ତିକ୍ତତା ହେଉଥିଲା । ଅନେକ ବାର ସେମାନେ ଝଗଡା ଲାଗୁଥିଲେ । ତେବେ ମଙ୍ଗଳବାର ପୂର୍ବାହ୍ନ ସମୟରେ ସ୍ତ୍ରୀ ମିନତୀ ଘରେ ରୋଷେଇ କରୁଥିବା ବେଳେ ପୁଣି ସ୍ବାମୀ ପ୍ରଶାନ୍ତଙ୍କ ସହ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ତେବେ ରାଗରେ ଉତ୍ୟକ୍ତ ହୋଇ ହଠାତ ସ୍ୱାମୀ ପ୍ରଶାନ୍ତ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ସ୍ତ୍ରୀ ମୀନତିକୁ ପଛ ପଟୁ ଆକ୍ରମଣ କରିଥିଲେ । ମିନତୀଙ୍କ ବେକ ଓ ହାତ କଟି ଯାଇଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ଚିତ୍କାର କରି ତଳେ ପଡି ଯାଇଥିଲେ । ଘରେ ଥିବା ତାଙ୍କ ସାନପୁଅ ରମାକାନ୍ତ ମାଆଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖି ବାପାଙ୍କୁ ଆକ୍ରମଣ କରିବାରୁ ଅଟକାଇ ଥିଲେ । ମିନତୀକୁ ଆକ୍ରମଣ କରି ସାରି ସ୍ବାମୀ ପ୍ରଶାନ୍ତ ଅନ୍ୟତ୍ର ପଳାଇ ଯାଇଥିଲେ ।