ବାରିପଦା:ପାରିବାରିକ କଳହର କରୁଣ ପରିଣତି । ପରକୀୟା ପ୍ରୀତି ପାଇଁ ସ୍ତ୍ରୀକୁ ପୋଡିଲା ସୈତାନ ସ୍ୱାମୀ । ଏହିପରି ସଙ୍ଗୀନ ଘଟଣା ଘଟିଛି ବାରିପଦା ଟାଉନ ଥାନା ଅନ୍ତର୍ଗତ ମଧୁବନ ଅଞ୍ଚଳର ବଗିଚା ସାହିରେ । ପରକୀୟା ପ୍ରୀତିକୁ ନେଇ ପାରିବାରିକ କଳହ ପୂର୍ବରୁ ଲାଗି ରହିଥିବା ବେଳେ ଶୁକ୍ରବାର ଏହାର କରୁଣ ପରିଣତି ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ମଧୁବନ ୱାର୍ଡ ନମ୍ବର ୭ର ବଗିଚା ସାହି ନିବାସୀ ମଦନ ମୋହନ ଦାଶଙ୍କ ବିବାହ ପରେ ମଧ୍ୟ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିଲା । ମଦନଙ୍କର ଅନୈତିକ ସମ୍ପର୍କ ଥିବା ଜାଣିବା ପରେ ସ୍ତ୍ରୀ ତୁଳସୀ ଦାସଙ୍କ ସହିତ ମଦନଙ୍କ ଅନେକ ସମୟରେ ଝଗଡା ଲାଗି ରହୁଥିଲା । ଅନେକ ସମୟରେ ତୁଳସୀଙ୍କୁ ମଦନ ନିର୍ଯାତନା ଦେଉଥିବା ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ଶୁକ୍ରବାର ଦ୍ବିପ୍ରହରରେ ପାରିବାରିକ କଳହ ଉଗ୍ର ରୂପ ନେଇଥିଲା । ମାରପିଟ୍ କରିବା ପରେ ପରକୀୟା ପ୍ରୀତିକୁ ନେଇ ରାସ୍ତାରୁ ହଟାଇବାକୁ ଯାଇ କୁଟାଗଦାରେ ସ୍ତ୍ରୀ ତୁଳସୀକୁ ପକାଇ ଜାଳି ଦେଇଛି ସୈତାନ ସ୍ବାମୀ ମଦନ ।