ରାଇରଙ୍ଗପୁର: ପରକିୟା ପ୍ରୀତି ଯୋଗୁଁ ସ୍ବାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର ସହିତ ଯାଇଛି ପ୍ରେମିକର ଜୀବନ । ସ୍ତ୍ରୀ ଓ ପ୍ରେମିକକୁ ଏକାଠି ଦେଖି ଅଭିଯୁକ୍ତ ସ୍ବାମୀ ଘଟାଇଛି ଏହି ହତ୍ୟାକାଣ୍ଡ । ଏଭଳି ଘଟଣା ସୋମବାର ମୟୂରଭଞ୍ଜ ଜିଲ୍ଲା ରଞ୍ଜିଆ ଥାନା ଅନ୍ତର୍ଗତ ଦୁଧିଆଣି ଗ୍ରାମପଞ୍ଚାୟତର ବୁଢ଼ୀଗାଁ ଗ୍ରାମରେ ଘଟିଛି । ଘଟଣା ସମ୍ପର୍କରେ ଖବର ପାଇବା ପରେ କରଞ୍ଜିଆ ଥାନାରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।
ବୁଢ଼ୀଗାଁ ଗ୍ରାମର ଅଭିଯୁକ୍ତ ରୁପା ହେମ୍ବ୍ରମ ୩ ବର୍ଷ ପୂର୍ବରୁ ପାର୍ବତୀ ହେମ୍ବ୍ରମକୁ ବିବାହ କରିଥିଲେ । ଦୁଧିଆଣି ରେଞ୍ଜ ଅନ୍ତର୍ଗତ ରିଜର୍ଭ ଜଙ୍ଗଲରେ ବନବିଭାଗ କାର୍ଯ୍ୟରେ ନିୟୋଜିତ ଥିଲେ ରୂପା । ତେବେ ଏହାର ସୁଯୋଗ ନେଇ ଦିନବେଳେ ଘର ଲୋକେ ଅନୁପସ୍ଥିତ ରହୁଥିବା ସମୟରେ ଉକ୍ତ ଗ୍ରାମର ଫୁଟେ ଦେହୁରୀ ପାର୍ବତୀକୁ ଭଲ ପାଇ ତାକୁ ବାହା ହେବା ପାଇଁ ରାଜି କରାଇଥିଲେ । ଏ ସମ୍ପର୍କରେ ରୁପା ଆଦୌ ଜାଣିନଥିଲେ । ଏହା ସହିତ ପାର୍ବତୀ ଗର୍ଭବତୀ ଥାଇ ମଧ୍ୟ ପ୍ରେମିକକୁ ବାହା ହେବା ପାଇଁ ରାଜି ହୋଇଥିଲେ । ତେବେ ଗତ ବୁଧବାର ଦିନ ରୁପା ଘରେ ଥିବା ସମୟରେ ଗ୍ରାମର କିଛି ଲୋକଙ୍କ ସହଯୋଗରେ ପ୍ରେମିକ ପାର୍ବତୀକୁ ନେଇ ପଳାଇଯାଇଥିଲା ।