ରାଇରଙ୍ଗପୁର: ଶାବଳରେ ପିଟି ସ୍ତ୍ରୀକୁ ହତ୍ୟା କଲା ସୈତାନ ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରୋଡା ଥାନା ଅନ୍ତର୍ଗତ ସମାଇଡିହି ଗ୍ରାମରେ।ପାରିବାରିକ କଳହରୁ ଏପରି ଘଟିଥିବା ଅନୁମାନ କରାଯାଉଛି । ଅଭିଯୁକ୍ତ ସ୍ୱାମୀରୁ ଗିରଫ କରି ପୋଲିସ ତଦନ୍ତ ଜାରି ରଖିଛି ।
ସୂଚନା ଅନୁଯାୟୀ, ସୋମବାର ବିଳମ୍ୱିତ ରାତିରେ ମୟୂରଭଞ୍ଜ ଜିଲ୍ଲାର ମୋରୋଡା ଥାନା ଅନ୍ତର୍ଗତ ଚିତ୍ରଡା ଫାଣ୍ଡି ଅଧିନସ୍ଥ ସମାଇଡିହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସମାଇଡିହି ଗ୍ରାମରେ ରହୁଥିବା ରାଜୁ ଭକ୍ତା ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଭକ୍ତାଙ୍କୁ ଏକ ଶାବଳରେ ଛେଚି ହତ୍ୟା କରିଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । ତେବେ ଉଭୟ ରାଜୁ ଭକ୍ତା ଓ ଲକ୍ଷ୍ମୀ ଭକ୍ତାଙ୍କ ଘର ଟିଆଁସୀ ଗ୍ରାମରେ ହୋଇଥିବା ଥିବାବେଳେ ଦୁହେଁ ନିଜ ପିଉସୀ ଘର ସମାଇଡିହି ଗ୍ରାମକୁ ଆସିଥିଲେ ।
ଏହାମଧ୍ୟ ପଢନ୍ତୁ..ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଆଣିଲା ହତ୍ୟା ଅଭିଯୋଗ
ସେଠାରେ ଅଘଟଣ ଘଟିବାର ରାତିରେ କୌଣସି କାରଣରୁ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ଉଭୟ ସ୍ବାମୀ ଓ ସ୍ତ୍ରୀ ଖାଇ ପିଇ ଶୋଇ ପଡ଼ିଥିଲେ । ହେଲେ ବିଳମ୍ବିତ ରାତିରେ ରାଜୁ ଶୋଇଥିବା ଅବସ୍ଥାରେ ସ୍ତ୍ରୀ ଲକ୍ଷ୍ମୀର ମୁଣ୍ଡକୁ ଶାବଳରେ ଆକ୍ରମଣ କରି ଚାଲି ଯାଇଥିଲା । ଫଳରେ ପ୍ରବଳ ରକ୍ତସ୍ରାବ ହେବା ସହ ଘଟଣାସ୍ଥଳରେ ହିଁ ଲକ୍ଷ୍ମୀଙ୍କର ମୃତ୍ୟୁ ହୋଇଥିଲା ।