ବାରିପଦା: ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବାର ସୁଯୋଗ ନେଇ ଶିକାରୀମାନେ ଜନ୍ତୁ ଶିକାରରେ ମାତିଛନ୍ତି। ପୋଡାଡ଼ିହା ରେଞ୍ଜରୁ ଜଣେ ଶିକାରୀକୁ ଗିରଫ କରିବା ସହ ୭ କିଲୋ ଝିଙ୍କ ମାଂସ ଜବତ କରିଛି ବନ ବିଭାଗ।
ଶିମିଳିପାଳ ଅଭୟାରଣ୍ୟରେ ଶିକାର ପାଇଁ ଜଙ୍ଗଲରେ ନିଆଁ ଲଗାଉଥିବାବେଳେ ଜଣେ ଶିକାରୀକୁ ଗିରଫ କରିଛି ବନବିଭାଗ । ବୁଧବାର ବନ ବିଭାଗ ପାଟ୍ରୋଲିଂ କରୁଥିବାବେଳେ ଏହି ଶିକାରୀକୁ ଧରିବାରେ ସକ୍ଷମ ହୋଇଛନ୍ତି। ଶିକାରୀ ଜଣକ ପୋଡାଡିହା ରେଞ୍ଜରେ ନିଆଁ ଲଗାଉଥିବା ବେଳେ ଶିମିଳିପାଳ କୋର ଅଞ୍ଚଳରୁ ତାକୁ ଗିରଫ କରିଛି ପୋଡାଡିହା ବନବିଭାଗ । ଗିରଫ ଶିକାରୀ ଜଣକ ହେଲେ ଅନ୍ତରା ସିଂ ।