ଓଡିଶା

odisha

ETV Bharat / state

ବିଜେଡି କର୍ମୀଙ୍କ ଅଶାଳୀନ ବ୍ୟବହାର ବିରୋଧରେ ରାସ୍ତା ଅବରୋଧ କଲେ ଶତାଧିକ ମହିଳା - ବିଜେଡି କର୍ମିଙ୍କ ବିରୋଧରେ ରାସ୍ତା କଲେ ମହିଳା

ବାରିପଦା ସହର ହେମଚନ୍ଦ୍ରପୁର ୱାର୍ଡ ନମ୍ବର ୨୭ରେ ବିଜେଡି କର୍ମୀ ମହିଳା ମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ଅଭିଯୋଗରେ ରାସ୍ତା ଅବୋରାଧ କଲେ ଶତାଧିକ ମହିଳା । ଅଧିକ ପଢନ୍ତୁ

ବିଜେଡି କର୍ମିଙ୍କ ଅଶାଳୀନ ବ୍ୟବହାର ବିରୋଧରେ ରାସ୍ତା ଅବୋରାଧ କଲେ ଶତାଧିକ ମହିଳା
ବିଜେଡି କର୍ମିଙ୍କ ଅଶାଳୀନ ବ୍ୟବହାର ବିରୋଧରେ ରାସ୍ତା ଅବୋରାଧ କଲେ ଶତାଧିକ ମହିଳା

By

Published : Mar 18, 2022, 10:38 PM IST

ବାରିପଦା:ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନାରୀଙ୍କୁ ପ୍ରଧାନ୍ୟତା ଦେଇ ତାଙ୍କ ସମ୍ମାନ ପ୍ରତି ବିଶେଷ ଦୃଷ୍ଟି ଦେଇ ଆସୁଛନ୍ତି। କିନ୍ତୁ କିଛି ବିଜେଡି ଦଳ କର୍ମୀଙ୍କ ଅଶୋଭନୀୟ ବ୍ୟବହାର ଅଭିଯୋଗରେ ନ୍ୟାୟ ଦାବିରେ ମହିଳା ମାନେ ରାସ୍ତା ଅବରୋଧ କରିଛନ୍ତି ।

ବିଜେଡି କର୍ମିଙ୍କ ଅଶାଳୀନ ବ୍ୟବହାର ବିରୋଧରେ ରାସ୍ତା ଅବୋରାଧ କଲେ ଶତାଧିକ ମହିଳା

ଆଜି ଏଭଳି ଘଟଣା ଘଟିଛି ବାରିପଦା ସ୍ଥିତ ହେମଚନ୍ଦ୍ରପୁର ଅଞ୍ଚଳରେ । ସ୍ଥାନୀୟ ୱାର୍ଡ ନମ୍ବର ୨୭ରେ ମହିଳାଙ୍କୁ ଅସଭ୍ୟ ଗାଳି ଗୁଳଜ କରି ଅସମ୍ମାନ ପ୍ରଦର୍ଶନ କରିଥିବାରୁ ରାସ୍ତାକୁ ବନ୍ଦ କରିଛନ୍ତି ଶତାଧିକ ମହିଳା । ସ୍ଥାନୀୟ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ମହିଳା କର୍ମୀ ଘରୁ ବାହାରୁ ଥିବା ସମୟରେ ବିଜେଡି ଦଳର ୱାର୍ଡ କାଉନସିଲର ପ୍ରାର୍ଥୀ ଶିବ ପାତ୍ର ଓ ତାଙ୍କ ସମର୍ଥକ ମହିଳା ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିଛନ୍ତି । ତେବେ ମହିଳା ମାନେ ଏପରି ଅଶୋଭନୀୟ ଭାଷା ସହ୍ୟ କରିନପାରି ରାସ୍ତା ଅବରୋଧ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details