ଓଡିଶା

odisha

ETV Bharat / state

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ୧ହଜାରରୁ ଊର୍ଦ୍ଧ୍ବ ଲୋକେ ଜଳବନ୍ଦୀ - salandi River

ଲଘୁଚାପ ଜନିତ ବର୍ଷା ଯୋଗୁଁ ବେହାଲ ହୋଇ ପଡିଛି ଠାକୁରମୁଣ୍ଡା ବ୍ଲକ ଚମ୍ପାଝରର ବିଭିନ୍ନ ଅଞ୍ଚଳ । କେତେକ ସ୍ଥାନରେ ଘର ଭାଙ୍ଗି ଯାଇଥିବାବେଳେ ଆଉ କେତେକ ସ୍ଥାନରେ ପୋଲ ଭୁଶୁଡି ପଡିବାରୁ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବସିନ୍ଦା । ଅଧିକ ପଢନ୍ତୁ...

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ୧ହଜାରରୁ ଉର୍ଦ୍ଧ୍ବ ଲୋକେ ଜଳ ବନ୍ଦୀ
ଲଗାଣ ବର୍ଷାରେ ଭାଙ୍ଗିଲା ଘର, ୧ହଜାରରୁ ଉର୍ଦ୍ଧ୍ବ ଲୋକେ ଜଳ ବନ୍ଦୀ

By

Published : Sep 15, 2021, 6:37 PM IST

ରାଇରଙ୍ଗପୁର:ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଆଉ ୧୦୦୦ରୁ ଊର୍ଦ୍ଧ୍ବ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ତେବେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡଙ୍ଗାଡିହା ଗ୍ରାମରେ ଅନେକ ଲୋକଙ୍କ ଘର ଭୁଶୁଡ଼ି ପଡିଛି । ତା ସହିତ ସାଳନ୍ଦୀ ନଦୀ ବଢିବା ଯୋଗୁଁ ସୋମବାର ଠାରୁ ଗ୍ରାମର ବଙ୍ଗାଳୀ ସାହି ଓ ଘୁଟୁ ସାହିର ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି । ସୂଚନାନୁସାରେ ଜିଲ୍ଲାରେ ଲଗାଣ ବର୍ଷା କାରଣରୁ ଶିମିଳିପାଳରୁ ବାହାରି ଥିବା ସାଳନ୍ଦୀ ନଦୀରେ କ୍ରମାଗତ ଭାବରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିଲା ।

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ୧ହଜାରରୁ ଉର୍ଦ୍ଧ୍ବ ଲୋକେ ଜଳ ବନ୍ଦୀ

ତେବେ ଡଙ୍ଗାଡିହା ଗ୍ରାମର ବଙ୍ଗାଳୀ ସାହି, ବଳସାହି ଓ ଘୁଟୁ ସାହିର ଲୋକେ ବର୍ଷା ଦିନେ ନଦୀ ପାରି ହେବାକୁ ନଦୀର ଉପର ମୁଣ୍ଡରେ ବାଉଁଶର ପୋଲ ଓ ତଳ ମୁଣ୍ଡରେ କାଠ ପୋଲ ନିର୍ମାଣ କରିଥିଲେ । ହେଲେ ଏହି ପୋଲ ସାହାଯ୍ୟରେ ୩ଟି ସାହିର ପ୍ରାୟ ୨ ଶହରୁ ଊର୍ଦ୍ଧ୍ବ ପରିବାରର ୧ହଜାର ଲୋକ ନଦୀ ପାରି ହୋଇ ଆସିଥିବା ନେଇ ସୂଚନା ମିଳିଛି । ତେବେ ଏନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ ଓ ଗଣମାଧ୍ୟମ ଜରିଆରେ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଦୃଷ୍ଟି ପଡୁ ନ ଥିବା ନେଇ ଅଭିଯୋଗ କରିଛନ୍ତି ।

ସେପଟେ ଏହି ଲଗାଣ ବର୍ଷାରେ ସାଳନ୍ଦୀ ନଦୀରେ ବନ୍ୟା ଆସିବାରୁ ଲୋକେ ନିର୍ମାଣ କରିଥିବା ପୋଲ ଦୁଇଟି ଭାସି ଯାଇଥିଲା । ଫଳରେ ଲୋକେ ତିଆରି କରିଥିବା ପୋଲ ଦୁଇଟି ଭାସି ଯିବାରୁ ସୋମବାର ଠାରୁ ଏହି ୩ଟି ସାହି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି। ସେହିପରି ବର୍ଷାରେ ଡଙ୍ଗାଡିହା ଗ୍ରାମର ପ୍ରଦୀପ ନାୟକ, ମଞ୍ଜୁରୀ ଦେଓଗାମ, ଦିବାକର ହୋଙ୍କ ଘର ଭୁଶୁଡ଼ି ପଡିଥିବାର ଜଣାଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details