ରାଇରଙ୍ଗପୁର: ବିନା ଯନ୍ତ୍ରପାତିରେ ଜଳଚକ୍ର ଉଦ୍ଭାବନ କରି ଚର୍ଚ୍ଚାରେ ଥିଲେ ମହୁର ଟିପରିଆ, ସାଧାରଣତନ୍ତ୍ର ଦିବସରେ ହେଲେ ସମ୍ମାନିତ । ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ବଡ଼ମତଳିଆ ଗ୍ରାମ କଣ୍ଟାଖଇରୀ ନଦୀରେ ବିନା ଯନ୍ତ୍ରପାତି, ବିନା ବିଜୁଳିରେ କିଛି ଖଣ୍ଡ ପ୍ଲାଷ୍ଟିକ ବୋତଲ ଓ କିଛି ଖଣ୍ଡ ବାଉଁଶ ନେଇ ନିଜ ଜ୍ଞାନ କୌଶଳରେ ଜଳଚକ୍ର ନିର୍ମାଣ କରି ଚର୍ଚ୍ଚାରେ ଥିଲେ ମହୁର ଟିପରିଆ।
ବିନା ଯନ୍ତ୍ରପାତିରେ କରିଥିଲେ ଜଳଚକ୍ର ଉଦ୍ଭାବନ, ସାଧାରଣତନ୍ତ୍ର ଦିବସରେ ହେଲେ ସମ୍ମାନିତ - mayurbhanja district administration
ବିନା ଯନ୍ତ୍ରପାତିରେ ଜଳଚକ୍ର ଉଦ୍ଭାବନ କରି ଚର୍ଚ୍ଚାରେ ଥିଲେ ମହୁର ଟିପରିଆ, ସାଧାରଣତନ୍ତ୍ର ଦିବସରେ ହେଲେ ସମ୍ମାନିତ । ଅଧିକ ପଢନ୍ତୁ....
ବିନା ଯନ୍ତ୍ରପାତିରେ କରିଥିଲେ ଜଳଚକ୍ର ଉଦ୍ଭାବନ , ସାଧାରଣତନ୍ତ୍ର ଦିବସରେ ହେଲେ ସମ୍ମାନିତ
ବିନା ଯନ୍ତ୍ରପାତିରେ କରିଥିଲେ ଜଳଚକ୍ର ଉଦ୍ଭାବନ , ସାଧାରଣତନ୍ତ୍ର ଦିବସରେ ହେଲେ ସମ୍ମାନିତ
ଜଣେ ଆଦର୍ଶ କୃଷକ ଭାବେ ନିଜ ଜ୍ଞାନ କୌଶଳ ବଳରେ ବିନା ଖର୍ଚ୍ଚରେ ଏପରି ଏକ ପ୍ରକଳ୍ପ ନିର୍ମାଣ କରି ଏକର ଏକର ଚାଷ ଜମିରେ ପାଣି ମଡାଇ କୃଷକ ସମାଜ ପାଇଁ ଉଦାହରଣ ପାଲଟିଥିଲେ ସେ। ଏ ନେଇ ଆଜି ସାଧାରଣତନ୍ତ୍ର ଦିବସ ଅବସରରେ ତାଙ୍କୁ କରଞ୍ଜିଆ ଉପଜିଲ୍ଲାପାଳ ଡ଼ ରଜନୀକାନ୍ତ ବିଶ୍ବାଳ ମାନପତ୍ର, ଉୌପୋଢ଼କନ ସହ ୫୦୦୦ ଟଙ୍କା ଦେଇ ସମ୍ମାନିତ କରିଛନ୍ତି। ଅଳ୍ପ ପାଠ ପଢି ଏପରି ଏକ ପ୍ରକଳ୍ପ ନିର୍ମାଣ କରିଥିବାରୁ ସାଧାରଣରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ