ଓଡିଶା

odisha

ETV Bharat / state

ମହୁମାଛି ଆକ୍ରମଣର ଶିକାର ହେଲେ ସପରିବାର - Honey bee attacked whole family

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ଦୁବଲାବେଡା ଗ୍ରାମରେ ଶଶୁର ଘରୁ ଫେରୁଥିବା ସମୟରେ ମହୁମାଛି ଆକ୍ରମଣର ଶିକାର ହେଲେ ସପରିବାର । ଅଧିକ ପଢନ୍ତୁ...

Honey bee attacked whole family
ମହୁମାଛି ଆକ୍ରମଣର ଶିକାର ହେଲେ ସପରିବାର

By

Published : Jan 30, 2020, 4:59 AM IST

ରାଇରଙ୍ଗପୁର: ଶଶୁର ଘରୁ ଫେରୁଥିବା ସମୟରେ ମହୁମାଛି ଆକ୍ରମଣର ଶିକାର ହେଲେ ସପରିବାର । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ଦୁବଲାବେଡା ଗ୍ରାମରେ ।

ମହୁମାଛି ଆକ୍ରମଣର ଶିକାର ହେଲେ ସପରିବାର

ସୂଚନା ଅନୁଯାୟୀ, ଘୁମାଳ ଗ୍ରାମର ସଞ୍ଜୟ ମହାନ୍ତ ତାଙ୍କ ସ୍ତ୍ରୀ ତପସ୍ଵିନୀ ମହାନ୍ତ ଓ ପୁଅ ଜତିନ୍ଦ୍ର(୦୫), ଝିଅ ସନ୍ଧ୍ୟାରାଣୀ(୦୯) ଏକ ବାଇକ ଯୋଗେ ଶଶୁର ଘର ପାନପୋଷି ରୁ ରାଇରଙ୍ଗପୁର ବଜାରକୁ ଫେରୁଥିଲେ । ସେହି ସମୟରେ ଦୁବଲାବେଡା ଛକ ନିକଟରେ ହଠାତ୍ ମହୁମାଛି ଆକ୍ରମଣ କରିଥିଲ। । ସେଠାରୁ ସେମାନଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନା ଅଣାଯାଇଥିଲା । ସେଠାରେ ସଞ୍ଜୟଙ୍କ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ଚାଲିଥିବା ବେଳେ ସଞ୍ଜୟ ଓ ତାଙ୍କ ପୁଅ ଝିଅ ସାମାନ୍ୟ ଆହତ ଥିବା ଡ଼ାକ୍ତର ସୂଚନା ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details