ରାଇରଙ୍ଗପୁର : ଗତକାଲି ଆଦିବାସୀ ହୋ ଭାଷାର ଲିପି 'ୱାରାଂଚିତି'ର ପ୍ରଣେତା ଗୁରୁ ଲାକୋ ବଦ୍ରାଙ୍କ 104ତମ ଜୟନ୍ତୀ ପାଳିତ ହୋଇଥିଲା । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ବିଭିନ୍ନ ସାମାଜିକ ସଂଗଠନର ମିଳିତ ଆନୁକୂଲ୍ୟରେ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ସହର ଉପଖଣ୍ଡର ଶତାଧିକ ହୋ ସମ୍ପ୍ରଦାୟର ଲୋକେ ରାଇରଙ୍ଗପୁର ବ୍ଲକ ପଡ଼ିଆରୁ ଏକ ବିଶାଳ ରାଲିରେ ବାହାରିଥିଲେ । ଏଥିସହ ବିଭିନ୍ନ ଦାବି ନେଇ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳ ଶକୁନ୍ତଳା ହାଁସଦାଙ୍କୁ ବିଭିନ୍ନ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ ।
ଏହା ମଧ୍ୟ ପଢନ୍ତୁ - ହୋ ସମାଜ ସମନ୍ବୟ ସମିତିର ବିଶାଳ ଶୋଭାଯାତ୍ରା , ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ରାଜ୍ୟରେ ୩୦ ଲକ୍ଷରୁ ଊର୍ଦ୍ଧ୍ବ ହୋ ଭାଷାଭାଷୀ ଲୋକେ ବସବାସ କରୁଛନ୍ତି । ସେମାନଙ୍କର ସ୍ବତନ୍ତ୍ର ସ୍ୱତନ୍ତ୍ର ଲିପି ହେଉଛି ୱାରାଞ୍ଚିତି । ଦୀର୍ଘବର୍ଷ ଧରି ସେମାନଙ୍କ ଭାଷାକୁ ସମ୍ବିଧାନର ଅଷ୍ଟମ ଏବଂ ଓଡ଼ିଶାରେ ଦ୍ଵିତୀୟ ରାଜଭାଷାର ମାନ୍ୟତା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଆଜି ଯାଏଁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ବ ଦେଉନାହାନ୍ତି । ଫଳରେ ସେମାନଙ୍କ ଭାଷା ଓ ସଂସ୍କୃତି ବିପଦରେ ପଡ଼ିଥିବା ଅଭିଯୋଗ ହୋଇଛି ।