ଓଡିଶା

odisha

ETV Bharat / state

ହୋ ସମାଜ ସମନ୍ବୟ ସମିତିର ବିଶାଳ ଶୋଭାଯାତ୍ରା, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ପାଞ୍ଚ ଦଫା ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଲା ହୋ ସମାଜ ସମନ୍ବୟ ସମିତି । ବିଶାଳ ରାଲି ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିବା ସହିତ ବ୍ଲକ କାର୍ଯ୍ୟାଳୟ ଘେରାଉ । ଅଧିକ ପଢନ୍ତୁ

ho samaj protest
ho samaj protest

By

Published : Jul 18, 2023, 12:17 PM IST

ho samaj protest

ରାଇରଙ୍ଗପୁର: 5 ଦଫା ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଆଦିବାସୀ ହୋ' ସମାଜ ସମନ୍ବୟ ସମିତି । ମୟୂରଭଞ୍ଜ ଜିଲ୍ଲାର ତିରିଂ ଅଞ୍ଚଳରେ ବିଶାଳ ରାଲି ମାଧ୍ୟମରେ ନିଜ ଶକ୍ତି ପ୍ରଦର୍ଶନ କରିଛି ହୋ' ସମାଜ ସମନ୍ବୟ ସମିତି । ସମିତିର ଶହଶହ ମହିଳା ଓ ପୁରୁଷ ହାତରେ ପ୍ଲାକାର୍ଡ ଧରି ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ତିରିଂ ଅଞ୍ଚଳ ପରିକ୍ରମା କରିଥିଲେ । ପରେ ତିରିଂ ବ୍ଲକ କାର୍ଯ୍ୟାଳୟ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ରାଜ୍ୟରେ ୩୦ ଲକ୍ଷରୁ ଉର୍ଦ୍ଧ୍ବ ହୋ ଭାଷାଭାଷୀ ଲୋକେ ବସବାସ କରୁଛନ୍ତି। ସେମାନଙ୍କର ସ୍ବତନ୍ତ୍ର ସ୍ୱତନ୍ତ୍ର ଲିପି ହେଉଛି ୱାରାଞ୍ଚିତି । ଦୀର୍ଘବର୍ଷ ଧରି ସେମାନଙ୍କ ଭାଷାକୁ ସମ୍ବିଧାନର ଅଷ୍ଟମ ଏବଂ ଓଡ଼ିଶାରେ ଦ୍ଵିତୀୟ ରାଜଭାଷାର ମାନ୍ୟତା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଆଜି ଯାଏଁ କେନ୍ଦ୍ର ଓ‌ ରାଜ୍ୟ ସରକାର ଗୁରୁତ୍ବ ଦେଉନାହାନ୍ତି । ଫଳରେ ସେମାନଙ୍କ ଭାଷା ଓ ସଂସ୍କୃତି ବିପଦରେ ପଡ଼ିଥିବା ଅଭିଯୋଗ ହୋଇଛି ।

ତେବେ ହୋ ସମାଜ ସମନ୍ବୟ ସମିତିର ମୁଖ୍ୟ ପାଞ୍ଚ ଗୋଟି ଦାବିଗୁଡ଼ିକ ହେଲା ହୋ' ଭାଷାକୁ ଦ୍ବିତୀୟ ରାଜଭାଷା ମାନ୍ୟତା ପ୍ରଦାନ କରିବା, ହୋ' ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରାଯାଉ, ବହୁଳ MTL ଅଙ୍ଗନବାଡ଼ିଗୁଡିକୁ ମୁଣ୍ଡା ପରିବର୍ତ୍ତେ ହୋ କରାଯାଉ ଓ ତିରିଂ ବ୍ଲକର SSD ବିଦ୍ୟାଳୟଗୁଡ଼ିକରେ ହୋ ଭାଷାରେ MLE ଶିକ୍ଷକ ନିଯୁକ୍ତି ଦିଆଯାଉ ବୋଲି ପ୍ରମୁଖ ପାଞ୍ଚ ଗୋଟି ଦାବି ରହିଥିଲା । ଏହି ପାଞ୍ଚ ଦଫା ଦାବିକୁ ନେଇ ଗତକାଲି ହୋ ସମାଜ ସମନ୍ବୟ ସମିତି ପକ୍ଷରୁ ବିଶାଳ ରାଲି ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଥିଲା ।

ଏହା ମଧ୍ୟ ପଢନ୍ତୁ- ହୋ ଭାଷାକୁ ମିଳୁ ତାର ଅଧିକାର, ରାଜ୍ୟର ଦ୍ୱିତୀୟ ରାଜଭାଷା ଓ ସମ୍ବିଧାନିକ ମାନ୍ୟତା ଦାବି କଲା ହୋ ସମାଜ

ଏହି ଅବସରରେ ବହଳଦାର ପୂର୍ବତନ ବିଧାୟକ ପ୍ରହ୍ଲାଦ ପୁର୍ତ୍ତି, ପୂର୍ବତନ ତିରିଂ ବ୍ଲକ ଅଧ୍ୟକ୍ଷା ତଥା ପଣ୍ଡୁପାଣି ପଞ୍ଚାୟତ ର ପିଏସ ମେମ୍ବର ଜେମାମଣି ଶୁଣ୍ଢି ଓ ବରିଷ୍ଠ ଆଦିବାସୀ ନେତା ଜଲେନ ବାର୍ଦାଙ୍କ ସମେତ ଆଦିବାସୀ ହୋ ସମାଜର ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ । ତେବେ ତିରିଂ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ହୋ ସମାଜ ସମନ୍ବୟ ସମିତି ପକ୍ଷରୁ ପାଞ୍ଚ ଦଫା ଦାବି ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତିରିଂ ବ୍ଲକ ବିଡ଼ିଓଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ତେବେ ଆଗାମୀ ଦିନରେ ଯଦି ସରକାର ଏହି ଦାବିଗୁଡ଼ିକୁ ପୂରଣ ନକରନ୍ତି ତେବେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଆଦିବାସୀ ହୋ' ସମାଜ ପକ୍ଷରୁ ଚେତାବନି ଦିଆଯାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details