ଓଡିଶା

odisha

ETV Bharat / state

ଦେହରେ କିରୋସିନି ଢାଳି ନିଜକୁ ଜାଳିଦେଲେ ଏଚଆଇଭି ଆକ୍ରାନ୍ତ - ଆତ୍ମହତ୍ୟା କଲେ ଏଚଆଇଭି ଆକ୍ରାନ୍ତ ରୋଗୀ

ମୟୂରଭଞ୍ଜ ରାଇରଙ୍ଗପୁରର ତିରିଂ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ରୋଗ ଯନ୍ତ୍ରଣା ସହି ନପାରି ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଛନ୍ତି ଏଚଆଇଭି ଆକ୍ରାନ୍ତ ।

Hiv patient suicide
ଏଚଆଇଭି ଆକ୍ରାନ୍ତଙ୍କ ଆତ୍ମହତ୍ୟା

By

Published : Dec 13, 2019, 8:17 PM IST

ରାଇରଙ୍ଗପୁର: ତିରିଂ ଥାନା ସୁନାପୋଷି ଗାଁରେ ଅଭାବନୀୟ ଘଟଣା । ରୋଗ ଯନ୍ତ୍ରଣାର କଷ୍ଟ ସହି ନପାରି ଆତ୍ମହତ୍ୟା କରିଛନ୍ତି ଜଣେ ଏଚଆଇଭି ଆକ୍ରାନ୍ତ । ନିଜ ଦେହରେ କିରୋସିନି ଢାଳି ଜୀବନ ହାରିଛନ୍ତି ଉକ୍ତ ଗାଁର ରବୀନ୍ଦ୍ର ତାମୁଡିଆ(40) ।

ଏଚଆଇଭି ଆକ୍ରାନ୍ତଙ୍କ ଆତ୍ମହତ୍ୟା

ରବୀନ୍ଦ୍ରଙ୍କ ବାପା, ମାଆ ଓ ଭାଇଙ୍କ ମୃତ୍ୟୁ ପରେ ସେ ଏକାକୀ ଜୀବନ କାଟୁଥିଲେ । ଏଠାରେ କାମଧନ୍ଦା କରି ନିଜର ଜୀବିକା ନିର୍ବାହ କରୁଥିଲେ । ହେଲେ ଏଚଆଇଭି ଓ ଟିବିରେ ଆକ୍ରାନ୍ତ ହେବା ପରେ ଶାରୀରିକ ଓ ମାନସିକ ସ୍ତରରେ ସେ ଦୁର୍ବଳ ହୋଇପଡିଥିଲେ । ଫଳରେ ରୋଗ ଯନ୍ତ୍ରଣାର କଷ୍ଟ ସହି ନପାରି କିରୋସିନ ଢିଳା ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ସେପଟେ, ଘଟଣା ବିଷୟରେ ସ୍ଥାନୀୟ ଲୋକେ ଜାଣିବା ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରିବା ସହ ରାଇରଙ୍ଗପୁର ଡାକ୍ତଖାନାକୁ ନେଇଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details