ଓଡିଶା

odisha

ETV Bharat / state

ବାତ୍ୟା ପ୍ରଭାବ: କୁସୁମୀ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ - ବାତ୍ୟା ପ୍ରଭାବ

ମୟୂରଭଞ୍ଜର ରାଇରଙ୍ଗପୁରେ ବାତ୍ୟା ପ୍ରଭାବ ଯୋଗୁଁ କୁସୁମୀ ବ୍ଲକରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି । ଅଧିକ ପଢନ୍ତୁ...

ବାତ୍ୟା ପ୍ରଭାବରେ କୁସୁମୀ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ
ବାତ୍ୟା ପ୍ରଭାବରେ କୁସୁମୀ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ

By

Published : May 28, 2021, 12:35 PM IST

ରାଇରଙ୍ଗପୁର:ବାତ୍ୟା ୟସ୍ ପ୍ରଭାବ ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକରେ ସର୍ବାଧିକ ବର୍ଷାର ରେକର୍ଡ କରାଯାଇଛି । ତେବେ ଗତ ତିନି ଦିନ ଧରି ଲଗାଣ ଓ ପ୍ରବଳ ବର୍ଷା ଯୋଗୁଁ କୁସୁମୀ ବ୍ଲକରେ ବେଶୀ ପରିମାଣରେ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି ।

ବାତ୍ୟା ପ୍ରଭାବରେ କୁସୁମୀ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ

ପଣ୍ଡୁଗଣ୍ଡି, ଉପରବେଡା, ଟେଣ୍ଟୋପୋଷି, ଅଙ୍ଗାରପଦା, ଯୋରଦା, ମହୁଲଡିହା, ଭାଲୁ ପାହାଡି ପ୍ରଭୃତି ଗାଁ ଗୁଡ଼ିକରେ ଅଧିକାଂଶ କଚ୍ଚା ଘର ଭାଙ୍ଗି ଯାଇଥିବା ବେଳେ ଜଳ ନିଷ୍କାସନ ହୋଇ ପାରୁନଥିବାରୁ ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି ଛିଡ଼ା ହୋଇଛି । ସେପଟେ ଡୋଭା-ବନକାଣ୍ଡ ରାସ୍ତା ଉପରେ ଥିବା ପୋଲ ଓ ବର୍ଗିମାରା ନିକଟରେ ଥିବା ଗୋଟିଏ ପୋଲ ଭୁଶୁଡି ପଡିଥିବା ଖବର ହସ୍ତଗତ ହୋଇଛି।

ଅନ୍ୟପଟେ ବ୍ଲକର କିଛି ଜାଗାରେ ଗଛ ଭାଙ୍ଗି ପଡ଼ିଥିବା ଓ ବିଦ୍ୟୁତ ତାର ଛିଣ୍ଡି ପଡିଥିବା ମଧ୍ୟ ଜଣାପଡିଛି । ତେବେ ଯେଉଁ ଲୋକଙ୍କ କଚ୍ଚା ଘର ସବୁ ଭାଙ୍ଗି ପଡ଼ିଛି, ସେମାନେ କ୍ଷତିପୂରଣ ଦାବି କରୁଥିବା ବେଳେ ବ୍ଲକ ପ୍ରଶାସନ ତରଫରୁ କ୍ଷତିପୂରଣ ଆକଳନ କରାଯାଇ ତ୍ବରିତ ପଦକ୍ଷେପ ନେବା ସହିତ ଯଥାଶୀଘ୍ର ସେମାନଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି କୁସୁମୀ ବ୍ଲକ ବିଡ଼ିଓ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details