ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧିନ ପୁରୁଣାପାଣି ଗାଁରେ ଅଘଟଣ। ଝୁଲନ୍ତା ଅବସ୍ଥାରେ ଜନୈକ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ମୃତକ ଗହେଲେ ଖୁଦୁ ମହାନ୍ତ ।
ସୂଚନାନୁଯାୟୀ, ସୋମବାର ରାତିରେ ଖାଇସାରି ଶୋଇବା ପରେ ରାତି ପ୍ରାୟ 11ଟା ସମୟରେ ଖୁଦୁ ନିଜ ଘର ଦ୍ବାର ମୁହଁରେ ପିନ୍ଧିଥିବା ଧୋତି ସାହାଯ୍ୟରେ ଝୁଲିଥିବା ତାଙ୍କ ଝିଅ ଦେଖିବାକୁ ପାଇଥିଲେ। ଏହାପରେ ରାଇରଙ୍ଗପୁର ଟାଉନ ଥାନା ପୋଲିସକୁ ଖବର ଦିଆଯାଇଥିଲା।