ରାଇରଙ୍ଗପୁର:ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ବାଉତିବେଡା ଗ୍ରାମରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଛାତ୍ରୀ ଜଣକ ରାତିରୁ ଘରୁ ଗାଏବ ହୋଇଯାଇଥିବା ବେଳେ ମଙ୍ଗଳବାର ଭୋର ସକାଳୁ ତାଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଥିଲା । ତେବେ ଛାତ୍ରୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ କରୁଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆତ୍ମହତ୍ୟା କି ହତ୍ୟା ସେ ନେଇ ସ୍ପଷ୍ଟ ହେବ ।
ମୃତ ଯୁବତୀ ଜଣକ ହେଲେ ବିଶୋଇ ଥାନା ଅନ୍ତର୍ଗତ ବାଉତିବେଡା ଗ୍ରାମର ଗଣେଶ୍ବର ହେମ୍ବ୍ରମଙ୍କ ୧୮ ବର୍ଷର ଝିଅ ଦମୟନ୍ତୀ ହେମ୍ବ୍ରମ। ମିଳିଥିବା ସୂଚନା ଅନୁସାରେ ଆଜି ଭୋର ସକାଳୁ ବାଉତିବେଡା ଗ୍ରାମରେ ଥିବା ଏକ ନାଳ ନିକଟରେ ଗୋଟିଏ ଗଛରୁ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ କିଛି ସ୍ଥାନୀୟ ବାସିନ୍ଦା । ପରେ ଏ ନେଇ ବିଶୋଇ ଥାନା ପୋଲିସ ଓ ମୃତ ଯୁବତୀଙ୍କ ପରିବାର ଲୋକଙ୍କୁ ସ୍ଥାନୀୟ ବାସିନ୍ଦା ଖବର ଦେଇଥିଲେ । ତେବେ ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦମୟନ୍ତୀ ଖାଇପିଇ ସାରି ନିଜ ସାନ ଭାଇ ସହିତ ଶୋଇଥିଲେ । ବିଳମ୍ବିତ ରାତିରେ ଦମୟନ୍ତୀଙ୍କ ମାଆ ଶୋଇ ଉଠି ଦେଖିଲା ବେଳକୁ ଝିଅ ଶୋଇଥିବା ବିଛଣାରେ ନଥିଲା ।
ଏହା ବି ପଢନ୍ତୁ- ଶାରିରୀକ ସମ୍ପର୍କ ପାଇଁ ଅରାଜି ହେବାରୁ ପ୍ରେମିକାକୁ ଭୁଜାଲିରେ ଆକ୍ରମଣ