ରାଇରଙ୍ଗପୁର: ମୟୂରଭଞ୍ଜ ବିଶୋଇ ଥାନା ବାଙ୍କି ଗ୍ରାମ ପାହାଡ ସାହିରେ ଅଘଟଣ। ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି ।
ସୂଚନା ଅନୁଯାୟୀ, ଗୋରୁମହିଷାଣୀ ଥାନା ଅଧୀନ କେନ୍ଦୁଆ ଗ୍ରାମର ବାରିସା ସୋରେନ ଚାରିଦିନ ହେବ ନିଖୋଜ ଥିଲେ । ଆଜି(ଶନିବାର) ବାଙ୍କି ଗ୍ରାମ ପାହାଡସାହିରେ ଥିବା ଏକ ଗଛରୁ ତାଙ୍କ ଗଳିତ ମୃତଦେହ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ବିଶୋଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି।