ମୟୂରଭଞ୍ଜ: ଦିନକୁ ଦିନ ଲୋପ ପାଇବାକୁ ବସିଥିବା ହସ୍ତତନ୍ତକୁ ପୁନରୁଦ୍ଧାର କରିବା ଉଦ୍ଦେଶ୍ୟରେ ଉଦଳାଠାରେ ହସ୍ତତନ୍ତ କ୍ଲଷ୍ଟର ଶୁଭାରମ୍ଭ କରାଯାଇଛି । ଏହାଦ୍ଵାରା ହସ୍ତତନ୍ତର ବିକାଶ କରାଯିବା ସହିତ ଲୋକଙ୍କୁ କର୍ମନିଯୁକ୍ତି ଯୋଗାଇ ଦିଆଯିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।
ଉଦଳା ବ୍ଲକ ଅଧୁନ ଚୁଳିଆପୋଷି ଠାରେ ହସ୍ତତନ୍ତ କ୍ଲଷ୍ଟର ଉଦଘାଟିତ ହୋଇଛି । ସ୍ଫୁର୍ତ ସଂସ୍ଥା ସମେତ ମଉନା ଧ୍ବନି ଫାଉଣ୍ଡେସନର ମିଳିତ ପ୍ରୟାସରେ ଏହି ହସ୍ତତନ୍ତର ବିକାଶ ନିମନ୍ତେ ପ୍ରୟାସ ଆରମ୍ଭ ହୋଇଛି । ଏହି ଉଦଘାଟନୀ ଉତ୍ସବରେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜ ଦେଓଙ୍କ ସମେତ ରାଜକୁମାରୀ ଏବଂ ଏନଜିଓ ସଂସ୍ଥାର ମୁଖ୍ୟ ବିନ୍ଦୁ ବିନୋଦିନୀ ପ୍ରମୁଖ ଯୋଗ ଦେଇଥିଲେ । ମୟୂରଭଞ୍ଜର ସ୍ଵତନ୍ତ୍ର ପରିଚୟ ପାଲଟୁଥିବା ହସ୍ତଶିଳ୍ପ ଦିନକୁ ଦିନ ଲୋପ ପାଇବାକୁ ବସିଛି ।