ଓଡିଶା

odisha

ETV Bharat / state

ଅର୍ଦ୍ଧଦଗ୍ଧ ବିଧବାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ପରିବାର ଆଣିଲେ ହତ୍ୟା ଅଭିଯୋଗ ! - ବାରିପଦା ଅର୍ଦ୍ଧଦଗ୍ଧ ବିଧବା ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବିଧବାଙ୍କୁ ଶ୍ବଶୁର ଘର ଲୋକେ ନୃଶଂସ ଭାବେ ପୋଡି ମାରିବା ପାଇଁ ଉଦ୍ୟମ। ବିଧବା ମହିଳା ଜଣଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ ବାପଘର ଲୋକ। ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ବଧୂହତ୍ୟା ଅଭିଯୋଗ ଆଣିଛନ୍ତି ବାପଘର ଲୋକେ। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଅର୍ଦ୍ଧଦଗ୍ଧ ବିଧବା ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ପରିବାର ଆଣିଲେ ହତ୍ୟା !
ଅର୍ଦ୍ଧଦଗ୍ଧ ବିଧବା ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ପରିବାର ଆଣିଲେ ହତ୍ୟା !

By

Published : Sep 21, 2020, 10:00 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଅନ୍ଧାରୀ ଗ୍ରାମରେ ଶଶୁର ଘର ଲୋକେ ବିଧବା ମହିଳାକୁ ପାରିବାରିକ କଳହରୁ ପୋଡି ମାରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଏହି ଗ୍ରାମର ସ୍ବର୍ଗତଃ ଧିରେନ ପାତ୍ରଙ୍କ ପତ୍ନୀ ତିଳୋତ୍ତମା ପାତ୍ରଙ୍କୁ ତାଙ୍କ ଦେଢଶୁର ଏବଂ ପରିବାରର ଅନ୍ୟ ସଦସ୍ୟ ମିଶି ପୋଡିମାରି ଦେଇଥିବା ମୃତ ବିଧବା ମହିଳାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ଅର୍ଦ୍ଧଦଗ୍ଧ ବିଧବା ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ପରିବାର ଆଣିଲେ ହତ୍ୟା !

ସୂଚନା ଅନୁସାରେ ସ୍ବାମୀଙ୍କ ଦେହାନ୍ତ ଏବଂ ୨ଝିଅଙ୍କ ବିବାହ ପରେ ସାନ ଝିଅ ସହ ରହୁଥିଲେ ତିଳୋତ୍ତମା। ଗତ କିଛିଦିନ ହେବ ସାନ ଝିଅ ବଡଭଉଣୀ ଘରକୁ ଯାଇଥିବାରୁ ତିଳୋତ୍ତମା ଘରେ ଏକା ରହୁଥିଲେ। ଖବରପାଇ ଝିଅ ସହ ତିଳୋତ୍ତମା ଙ୍କ ପରିବାର ଲୋକେ ତିଳୋତ୍ତମାଙ୍କ ଅର୍ଦ୍ଧଦଗ୍ଧ ଶରୀର ପଡିଥିବାର ଦେଖି ଚିକିତ୍ସା ପାଇଁ ବାରିପଦା ସ୍ଥିତ ପିଆରଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ନେଇ ଆସିଥିଲେ। କିନ୍ତୁ ସେଠାରେ ତାଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଥିଲା । ଏଘଟଣାକୁ ନେଇ ତିଳୋତ୍ତମାଙ୍କ ପରିବାର ଲୋକେ କୁଳିଅଣା ଥାନାରେ ତାଙ୍କ ଦେଢ଼ଶୁର ଗୁଣାକାର ପାତ୍ରଙ୍କ ବିରୋଧରେ ଲିଖିତ ଅଭିଯୋଗ ଦେବା ସହିତ ଉପଯୁକ୍ତ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହିତ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ପରିବାର ଲୋକେ ଦାବି କରିଛନ୍ତି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details