ଓଡିଶା

odisha

ETV Bharat / state

ଗୁରୁ ପୂର୍ଣିମାରେ ପୂଜିତ ହେଲେ ଶତାଧିକ ଗୁରୁ - ଗୁରୁ ପୂର୍ଣିମା ପୂଜନ

ଗୁରୁ ପୂର୍ଣିମା ଅବସରରେ ଆଞ୍ଚଳିକ ଗୁରୁ ପୂଜନ କମିଟିରେ ପୂଜିତ ହେଲେ ଅବସରପ୍ରାପ୍ତ ୧୪୦ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ । ଉଦଳାର ପୂର୍ବତନ ବିଧାୟକ ଗୋଲକ ବିହାରୀ ନାଏକଙ୍କ ଆବାହକରେ ଆୟୋଜିତ ହୋଇଥିଲା ଏହି ପୂଜା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : Jul 16, 2019, 9:15 PM IST

ବାରିପଦା: ପବିତ୍ର ଗୁରୁ ପୂର୍ଣିମାରେ ପୂଜିତ ହେଲେ ଶତାଧିକ ଗୁରୁ । ଉଦଳାର ପୂର୍ବତନ ବିଧାୟକ ଗୋଲକ ବିହାରୀ ନାଏକଙ୍କ ଆବାହକରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଗୁରୁଙ୍କ ପୂଜନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସୂଚନାମୁତାବକ, ଉଦଳା ସ୍ନେହା ତୁଳସୀ କଲ୍ୟାଣ ମଣ୍ଡପରେ ଆୟୋଜିତ ଗୁରୁପୂଜନ ଉତ୍ସବରେ ଅବସରପ୍ରାପ୍ତ ୧୪୦ରୁ ଉର୍ଦ୍ଧ୍ବ ଶିକ୍ଷିକ ଶିକ୍ଷୟିତ୍ରୀଙ୍କୁ ଗୁରୁ ପୂଜନ କରାଯାଇଛି । ପୂର୍ବତନ ବିଧାୟକ ଗୋଲକ ବିହାରୀ ନାଏକଙ୍କ ଉଦ୍ଯମରେ ଆରମ୍ଭ ହୋଇଥିବା ଏହି ଗୁରୁପୂଜନ ଦିବସ ଚଳିତ ବର୍ଷ 5ମବର୍ଷରେ ପହଁଚିଛି । ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଥମେ ମୁଣ୍ଡରେ ଚନ୍ଦନ ଏବଂ ଅରୁଆଚାଉଳ ଦିଆଯାଇ ସ୍ଵାଗତ କରାଯାଇଥିଲା । ଏହାପରେ ସେମାନଙ୍କୁ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା ।

ଆଜିର ଦୁନିଆରେ ଗୁରୁ ଶିଷ୍ୟ ପରମ୍ପରା ହଜିଯାଇଥୁବା ବେଳେ ଏଭଳି ଏକ ପ୍ରୟାସ ଆଗାମୀ ପୀଢି ତଥା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ଦାୟକ ହେବ ବୋଲି ଶିକ୍ଷକମାନେ ମତ ରଖିଛନ୍ତି ।

ତେବେ ଏହି ସଭାରେ ପୂର୍ବତନ ବିଧାୟକ ତଥା କାର୍ଯ୍ୟକ୍ରମର ଆବାହକ ଗୋଲକ ବିହାରୀ ନାଏକ, ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ୍‌ଙ୍କ ପ୍ରମୁଖ ହୋଇଥିଲେ ।


ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details