ଓଡିଶା

odisha

ETV Bharat / state

ପୁଣି ଫେରିଲେ ହାତୀପଲ, କରଞ୍ଜିଆ ବନଖଣ୍ଡରେ ବ୍ୟାପକ ଫସଲ ନଷ୍ଟ - group of elephants returns to karanjia

କରଞ୍ଜିଆ ବନଖଣ୍ଡକୁ ପୁଣି ହାତୀପଲ ଫେରିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଇରଙ୍ଗପୁର

By

Published : Oct 28, 2019, 8:57 PM IST

ରାଇରଙ୍ଗପୁର: କରଞ୍ଜିଆ ବନଖଣ୍ଡକୁ ପୁଣି ଫେରିଲେ ହାତୀପଲ । 22ଟି ହାତୀ ପାଇଁ ପୂର୍ବରୁ ଚାଷଜମି ନଷ୍ଟ ହେବା ସହ ଧନଜୀବନ କ୍ଷତି ହୋଇଥିଲା । ହାତୀପଲ ପୁଣି ଫେରିବା ପରେ କରଞ୍ଜିଆ, ଯଶିପୁର ରରୁଆଁ ଓ ଶୁକ୍ରୁଳି ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିଥିବା ଜଣାପଡିଛି । ଏହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ରହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଇରଙ୍ଗପୁର

କରଞ୍ଜିଆ ବନବିଭାଗ ପକ୍ଷରୁ ହାତୀଙ୍କୁ ଘଉଡାଇବା ସହ ଯେପରି ଧନଜୀବନ ନଷ୍ଟ ନ ହୁଏ ସେଥିପାଇଁ ଉଦ୍ୟମ ଜାରି ରଖିଛି। ଅନ୍ୟପଟେ ହାତୀ ଭୟରେ ସ୍ଥାନୀୟ ଲୋକେ ସନ୍ଧ୍ୟା ପରେ ଘରୁ ବାହାରୁ ନଥିବାର ଦେଖିବାକୁ ମିଳିଛି। ଏହି ହାତୀପଲ ପୂର୍ବରୁ ଏକ ମାସ ପର୍ଯ୍ୟନ୍ତ କରଞ୍ଜିଆ ବନଖଣ୍ଡରୁ ଅନ୍ୟତ୍ର ଚାଲିଯିବା ପରେ ଲୋକେ ଆଶ୍ବସ୍ତି ହୋଇଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details