ଓଡିଶା

odisha

ETV Bharat / state

ଶ୍ରୀ ଜଗନ୍ନାଥଙ୍କ ଘଟଉଠା କାର୍ଯ୍ୟକ୍ରମରେ ଗୋଷ୍ଠୀ ସଂଘର୍ଷ, କୋଦାଳରେ ଆକ୍ରମଣ କରି 2 ଆହତ - gosti kandala

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶ୍ରୀ ଜଗନ୍ନାଥଙ୍କ ଘଟଉଠା କାର୍ଯ୍ୟକ୍ରମ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଏହି ଗୋଷ୍ଠୀ କନ୍ଦଳରେ 2 ଜଣଙ୍କୁ ସାବଳରେ ଆକ୍ରମଣ କରାଯାଇଛି । ଫଳରେ ଉକ୍ତ 2 ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : May 26, 2019, 10:27 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ତୋଟାପଡାଠାରେ ଦେଖିବାକୁ ମିଳିଛି ଗୋଷ୍ଠୀ ସଂଘର୍ଷ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶ୍ରୀ ଜଗନ୍ନାଥଙ୍କ ଘଟଉଠା କାର୍ଯ୍ୟକ୍ରମ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ତେବେ ତୋଟାପଡା ଗ୍ରାମର ଆଦିବାସୀ ସାହିର କିଛି ଯୁବକ ପୂର୍ବରୁ ନିଜ ଜାହିରା ସ୍ଥାନକୁ ନେଇ ଏହି ଗଣ୍ଡଗୋଳ ସୃଷ୍ଟି କରିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଇଛି ଶ୍ରୀ ଜଗନ୍ନାଥଙ୍କ ୩୨ ବେଶ । ରବିବାର ଶ୍ରୀ ଜଗନ୍ନାଥଙ୍କ ୩୨ ବେଶର ଘଟଉଠା କାର୍ଯ୍ୟକ୍ରମ ସମୟରେ ତୋଟାପଡା ଗ୍ରାମର ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଥିଲା । ପୂର୍ବ ଶତ୍ରୁତାକୁ ନେଇ ଉକ୍ତ ଗ୍ରାମର ଆଦିବାସୀ ସାହିର କିଛି ଯୁବକମାନେ ଏହି ଗଣ୍ଡଗୋଳ କରିଥିଲେ ।

ଏହି ଗୋଷ୍ଠୀ ସଂଘର୍ଷରେ ଆଦିବାସୀ ଯୁବକମାନେ କୋଦାଳରେ ଆକ୍ରମଣ କରିଥିଲେ । ଫଳରେ ଦୁଇ ଜଣ ଆହତ ହୋଇଛନ୍ତି । ଗଣ୍ଡଗୋଳକାରୀମାନେ ଶ୍ରୀ ଜଗନ୍ନାଥଙ୍କ ୩୨ ବେଶ ପାଇଁ ହୋଇଥିବା ଟେଣ୍ଟରେ ନିଆଁ ଲଗାଇଥିଲେ । ତେବେ କମିଟି ସଦସ୍ୟମାନେ ଏହି ନିଆଁକୁ ଲିଭାଇ ଦେଇଥିଲେ । ତୋଟାପଡା ଗ୍ରାମରେ ଦୀର୍ଘ ଦିନ ଧରି ଶ୍ରୀ ଜଗନ୍ନାଥଙ୍କ ୩୨ ବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ ଏବଂ ଶ୍ରୀ ଜଗନ୍ନାଥଙ୍କ ୩୨ ବେଶ ଦେଖିବା ପାଇଁ ଦୂରଦୁରାନ୍ତରୁ ଲକ୍ଷାଧିକଙ୍କ ଭିଡ ଜମେ ।

ତେବେ ଘଟଣା ଘଟିବା ପରେ ରାସଗୋବିନ୍ଦପୁର ବ୍ଲକ ଓ ମୋରଡା ବ୍ଲକ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିଛନ୍ତି । ଗଣ୍ଡଗୋଳ ଭିଆଇଥିବା ୪ ଜଣ ଆଦିବାସୀ ଯୁବକକୁ ପୋଲିସ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details