ରାଇରଙ୍ଗପୁର: ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ସାରା ଦେଶ ପବିତ୍ର ଗୁରୁ ଦିବସ ଭାବେ ପାଳନ କରିଥାଏ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ବାଲୁକା କଳା ମାଧ୍ୟମରେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । ବାଲୁକାଶିଳ୍ପୀ ଅଜୟ କୁମାର ଘୋଷ ବାଲୁକା କଳା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ କୋରୋନା ସଚେତନତାର ବାର୍ତ୍ତା ସହ ଗୁରୁ ଦିବସର ଶୁଭେଚ୍ଛା ଜଣାଇଛନ୍ତି ।
ବାଲୁକା କଳାରେ ‘ଗୁରୁ ଦିବସ’ର ଶୁଭେଚ୍ଛା - ଗୁରୁ ଦିବସ
ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ସାରା ଦେଶ ପବିତ୍ର ଗୁରୁ ଦିବସ ଭାବେ ପାଳନ କରିଥାଏ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ବାଲୁକା କଳା ମାଧ୍ୟମରେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି ।
ବାଲୁକା କଳା ମାଧ୍ୟମରେ ‘ଗୁରୁ ଦିବସ’ର ଶୁଭେଚ୍ଛା
ମୁଖ୍ୟ ଅତିଥି ଭାବରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଫିତା କାଟି ବାଲୁକା କଳାର ଉଦଘାଟନ କରିଛନ୍ତି । ତେବେ ଲୋକେ ଏହାର ମନୋରମ ଦୃଶ୍ୟକୁ ଦେଖି ଖୁବ୍ ଉପଭୋଗ କରୁଥିବା ଦେଖିବାକୁ ମିଳିଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ