ଓଡିଶା

odisha

ETV Bharat / state

ଦିନ ଦ୍ବିପ୍ରହରେ ସୁନାଚେନ୍ ଲୁଟି ନେଲେ ଲୁଟେରା, ସିସିଟିଭିରେ କଏଦ ହେଲା ଦୃଶ୍ୟ - gold chain loot in mayurbhanja udala area

ବୁଧବାର ମୟୂରଭଞ୍ଜର ଉଦଳା ଥାନା ନାଗପାଳ ୟୁଜିଏମଇ ବିଦ୍ୟାଳୟ ନିକଟବର୍ତ୍ତୀ ଏକ ଜନଗହଳିପୂର୍ଣ୍ଣ ରାସ୍ତାରୁ ଜଣେ ମହିଳାଙ୍କ ବେକରୁ ସୁନାଚେନ୍ ଲୁଟି ନେଇଛନ୍ତି ଦୁଇ ଲୁଟେରା। ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ଫଟୋ ସୌଜନ୍ୟ:ସମ୍ବାଦଦାତା, ମୟୂରଭଞ୍ଜ

By

Published : Nov 6, 2019, 9:53 PM IST

ବାରିପଦା: ମୟୂରଭଞ୍ଜର ଉଦଳା ଅଞ୍ଚଳ ଏବେ ଲୁଟେରାଙ୍କ ପାଇଁ ଚରାଭୂଇଁ ପାଲଟିଛି । ଏଠାରେ ଦିନକୁ ଦିନ ଲୁଟତରାଜ, ରାହାଜାନି, ଛିନତାଇ ଭଳି ଘଟଣା ବଢିବାରେ ଲାଗିଛି। ଯାହା ପୋଲିସ ପାଇଁ ଏବେ ବଡ ଚ୍ୟାଲେଞ୍ଜ ହୋଇଛି । ବୁଧବାର ଦିନଦିପ୍ରହରରେ ଘଟିଛି ଛିନତାଇ । ଉଦଳା ଥାନା ଅଧିନସ୍ଥ ନାଗପାଳ ୟୁଜିଏମଇ ବିଦ୍ୟାଳୟ ନିକଟସ୍ଥ ଏକ ଜନଗହଳିପୂର୍ଣ୍ଣ ରାସ୍ତାରୁ ଜଣେ ମହିଳାଙ୍କ ବେକରୁ ସୁନାଚେନ୍ ଲୁଟି ନେଇଛନ୍ତି ଦୁଇ ଲୁଟେରା । ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ଉଦଳା ଏନଏସି ୩ନଂ ୱାର୍ଡର ବାସିନ୍ଦା ଶକୁନ୍ତଳା ରାଉତ ନାଗପାଳ, ୟୁଜିଏମଇ ବିଦ୍ୟାଳୟ ନିକଟରେ ରହୁଥିବା ତାଙ୍କ ଭଉଣୀଙ୍କ ଘରକୁ ଯାଇଥିଲେ। ଏହି ସମୟରେ ଦୁଇ ଜଣ ଲୁଟେରା ଏକ ବାଇକ୍‌ରେ ଆସି ତାଙ୍କର ପିଛା କରିଥିଲେ । ହଠାତ ଲୁଟେରା ତାଙ୍କ ବେକରୁ ସୁନା ଚେନକୁ ଜବରଦସ୍ତ ଛିଣ୍ଡାଇ ନେଉଥିବା ବେଳେ ସେ ଏହାକୁ ବିରୋଧ କରିଥିଲେ । ଗାଡ଼ିରେ ବସିଥିବାରୁ ସୁନାଚେନ୍ ଟାଣି ନପାରିବାରୁ ଲୁଟେରା ବାଇକ୍‌ରୁ ଓହ୍ଲାଇ ତାଙ୍କୁ ତଳେ ପକାଇ ଜୋର ଜବରଦସ୍ତ ସୁନାଚେନ୍ ଲୁଟି ନେଇଥିଲା ।

ଏହାପରେ ଲୁଟେରା ଘଟଣାସ୍ଥଳ ଫେରାର ହୋଇଯାଇଥିଲେ । ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଲୁଟ୍ ହୋଇଥିବା ଚେନର ଆନୁମାନିକ ମୂଲ୍ୟ ୭୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details