ଓଡିଶା

odisha

ETV Bharat / state

ବହଳଦାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କଲେ ଗୋଲକ ମହାପାତ୍ର - ମୟୁରଭଞ୍ଜରେ ଗୋଲକ ମହାପାତ୍ରଙ୍କ ପ୍ରଚାର

ମୟୂରଭଞ୍ଜ ଜିଲ୍ଲାର ୨୫ ନଂ ଜିଲ୍ଲାପରିଷଦ ଜୋନ ବହଳଦା ଠାରେ ବିଜେପି ଦଳ ପକ୍ଷରୁ ମାରାଥନ ପ୍ରଚାର ମଧ୍ୟ ଜାରି ରହିଛି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ସାମିଲ ହୋଇଥିଲେ ଦଳର ମୁଖପାତ୍ର ତଥା ରାଜ୍ୟ ସମ୍ପାଦକ ଗୋଲକ ମହାପାତ୍ର। ଅଧିକ ପଢନ୍ତୁ

ବହଳଦାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଯୋରଦାର ପ୍ରଚାର କଲେ ଗୋଲକ ମହାପାତ୍ର
ବହଳଦାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଯୋରଦାର ପ୍ରଚାର କଲେ ଗୋଲକ ମହାପାତ୍ର

By

Published : Feb 16, 2022, 9:52 PM IST

ରାଇରଙ୍ଗପୁର:ଚଳିତ ପଞ୍ଚାୟତ ନିର୍ବାଚନକୁ ନେଇ ଗାଁ ଗହଳିରେ ନିର୍ବାଚନ ତାତି ଦେଖିବାକୁ ମିଳିଛି। ବିଜୟ ମୁକୁଟ ହାସଲ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳର ଜିଲ୍ଲାପରିଷଦ ପ୍ରାର୍ଥୀମାନେ ନିଜ ନିଜର ରଣକୌଶଳ ପ୍ରସ୍ତୁତ କରି ଜୋରଦାର ପ୍ରଚାରରେ ଲାଗି ପଡିଛନ୍ତି ।

ବହଳଦାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଯୋରଦାର ପ୍ରଚାର କଲେ ଗୋଲକ ମହାପାତ୍ର

ମୟୂରଭଞ୍ଜ ଜିଲ୍ଲାର ୨୫ ନଂ ଜିଲ୍ଲାପରିଷଦ ଜୋନ ବହଳଦା ଠାରେ ବିଜେପି ଦଳ ପକ୍ଷରୁ ମାରାଥନ ପ୍ରଚାର ମଧ୍ୟ ଜାରି ରହିଛି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ସାମିଲ ହୋଇଥିଲେ ଦଳର ମୁଖପାତ୍ର ତଥା ରାଜ୍ୟ ସମ୍ପାଦକ ଗୋଲକ ମହାପାତ୍ର। ବହଳଦାସ୍ଥିତ ଇନ୍ଦଖୋଳି ଗ୍ରାମରେ ଦଳୀୟ କାର୍ଯ୍ୟାଳୟର ଉଦଘାଟନ କରିବା ସହିତ ୨୫ ନଂ ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀନୀ କରିସ୍ମା ମହାକୁଡଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି। ବିଜେପି କର୍ମୀ ମାନଙ୍କୁ ଉତ୍ସାହିତ କରିବା ସହିତ ପଦଯାତ୍ରାରେ ଘରକୁ ଘର ଯାଇ ୨୫ ନଂ ଜୋନ ପ୍ରାର୍ଥୀନୀ କରିସ୍ମା ମହାକୁଡଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।

କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନା ସବୁ ଗ୍ରାମାଞ୍ଚଳ ଗୁଡିକରେ ପହଞ୍ଚି ପାରୁନଥିବା ଯୋଗୁଁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଗୋଲକ ମହାପାତ୍ର। ତା ସହିତ ନିଶ୍ଚିତ ଭାବେ ପୁଣିଥରେ ଜିଲ୍ଲା ପରିଷଦ ଜୋନ ଭାରତୀୟ ଜନତା ପାର୍ଟି ହାତେଇବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details