ଓଡିଶା

odisha

ETV Bharat / state

ବିଶ୍ବକର୍ମା ପୂଜାରେ ମନ କିଣୁଛି ଗେଟ ୱେ ଅଫ ଇଣ୍ଡିଆ ତୋରଣ

ବିଶ୍ବକର୍ମା ପୂଜାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଗେଟ ୱେ ଅଫ ଇଣ୍ଡିଆ ତୋରଣ । ଉଦଳା ଠାରେ ଠିକାଦାର ସଂଘ ପକ୍ଷରୁ ଆୟୋଜିତ ବିଶ୍ବକର୍ମା ପୂଜା ମଣ୍ଡପରେ ଜମୁଛି ଲୋକଙ୍କ ଭିଡ଼ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : Sep 18, 2019, 9:39 PM IST

ବାରିପଦା: ଜିଲ୍ଲାରେ ଧୂମଧାମରେ ପାଳିତ ହେଉଛି ବିଶ୍ଵକର୍ମା ପୂଜା । ଏହି ଅବସରରେ ଉଦଳା ଠାରେ ନିର୍ମିତ ମୁମ୍ବାଇର ଗେଟ ୱେ ଅଫ ଇଣ୍ଡିଆ ତୋରଣ ସମସ୍ତଙ୍କୁ ଆକର୍ଷିତ କରୁଛି । ଏହାକୁ ଦେଖିବା ପାଇଁ ଜମୁଛି ଲୋକଙ୍କ ଭିଡ ।

ମନ କିଣୁଛି ଗେଟ ୱେ ଅଫ ଇଣ୍ଡିଆ ତୋରଣ

ଜିଲ୍ଲାର କପ୍ତିପଦା ଉପଖଣ୍ଡ ଦେବଶିଳ୍ପୀଙ୍କ ଆଗମନରେ ବେଶ୍‌ ଚଳଚଞ୍ଚଳ ହୋଇ ଉଠିଛି । ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ବକର୍ମାଙ୍କ ପୂଜା ହୋଇଥିବା ବେଳେ ଉଦଳା ଠାରେ ଠିକାଦାର ସଂଘ ପକ୍ଷରୁ ଆୟୋଜିତ ବିଶ୍ବକର୍ମା ପୂଜା ସଭିଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । କାରଣ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଠିକାଦାର ସଂଘ ପକ୍ଷରୁ ନିର୍ମାଣ ହୋଇଥିବା ତୋରଣ ଲୋକଙ୍କ ମନ ମୋହିଛି । ଯାହାକି ଚଳିତ ବର୍ଷ ମୁମ୍ବାଇର ଗେଟ ୱେ ଅଫ ଇଣ୍ଡିଆର ତୋରଣ ହୋଇଥିବା ବେଳେ ଏହାକୁ ଦେଖିବା ପାଇଁ ଲୋକଙ୍କ ସୁଅ ଛୁଟିଛି । ପୂର୍ବ ବର୍ଷ ରାମ ମନ୍ଦିର ତୋରଣ କରିଥିବା ଏହି ଠିକାଦାର ସଂଘ ଚଳିତ ବର୍ଷ ବିଶ୍ବକର୍ମା ପୂଜାର 14 ବର୍ଷ ପୂରଣ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details